ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଟ୍ରକ, ଅଳ୍ପକେ ରକ୍ଷା ପାଇଲେ ଚାଳକ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ବଡଡୁମୁରିଆ ପଞ୍ଚାୟତ ର ଚକୁଳିଆ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ବାଉଁଶ ଲଟାରେ ପଶି ଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ରୁ ଜଣାଯାଏ ଯେ ଚକୁଳିଆ ପଟୁ ବଡଡୁମୁରିଆ ଅଭିମୁଖେ ଟ୍ରକଟି ଯାଉଥିବା ସମୟରେ ଚକୁଳିଆ ଛକ ନିକଟରେ ପହଞ୍ଚି ଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଏକ ବାଉଁଶ ଲଟାରେ ପଶି ଯାଇଥିଲା। ଗାଡିର ଚାଳକଙ୍କ କିଛି କ୍ଷତି ହୋଇନଥିବା ବେଳେ ଗାଡ଼ିର ହେଲପର ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ମାନଙ୍କୁ ସହାୟତରେ ହେଲପର କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ପଠାଇ ଥିବା ଦେଖିବାକୁ ମିଳିଛି। ଗାଡି ଚାଳକ ମାନେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ରେ ଗାଡି ଚଳାଉ ଥିବାରୁ ଦିନକୁ ଦିନ ଦୂର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ