ସୁବାସ ପାତ୍ରଙ୍କୁ ସମ୍ମାନଜନକ ନୀରଦପ୍ରଭା ହାସ୍ୟ ବ୍ୟଙ୍ଗ ସମ୍ମାନ
ହାଟଡିହି (ଓ୍ବାଇଏନଏସ): ଓଡ଼ିଶାର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ତରଫରୁ ସମ୍ମାନଜନକ ‘ନୀରଦପ୍ରଭ୍ରା ହାସ୍ଯବ୍ୟଙ୍ଗ ସମ୍ମାନ’ ଓଡ଼ିଶାର ମାରାତ୍ମକ ବ୍ୟଙ୍ଗକବି, କଥାକାର ଓ କଳାକାର ବାଇଡଙ୍କ ବାବା ଓରଫ୍ ସୁବାସ ପାତ୍ରଙ୍କୁ ପ୍ରଦାନ କରଯାଇଛି। । ଆକାଶବାଣୀ, ଦୁରଦର୍ଶନ, ମଞ୍ଚ ଓ ସୋସିଆଲ ମେଡ଼ିଆରେ ବ୍ୟଙ୍ଗକବି ଓ ଷ୍ଟାଣ୍ଡ ଅପ୍ କମେଡିଆନ୍ ବାବାଙ୍କ ନିଆଁରା ହାସ୍ୟ ବ୍ୟଙ୍ଗ ପରିବେଷଣ ଶୈଳୀ ଦର୍ଶକଙ୍କୁ ବେଶ୍ ତୋଳି ପାରିଛି। ଅଦ୍ୟାବଧୂ ତାଙ୍କର ୮ଟି ହାସ୍ୟ ବ୍ୟଙ୍ଗ ପୁସ୍ତକ ପ୍ରକାଶ ପାଇଥିବା ବେଳେ ସେ ଜଣେ ଆଗଧାଡିର ବ୍ୟଙ୍ଗ କବି ଭାବରେ ସାରା ଓଡ଼ିଶାରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ଏଥିପାଇଁ ତାଙ୍କୁ ଶ୍ରୀରାମଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେ ହାଟଡିହି ବ୍ଲକ ନୂଆ ରମ୍ପାସ ଗ୍ରାମର ହୋଇଥିବା ବେଳେ ସେ ବିଶ୍ଵ ତାରିଣୀ ମହିଳା ମହାବିଦ୍ୟାଳୟ ଛେନାପଦି ଛକରେ କାର୍ଯ୍ୟରତ ଅଛନ୍ତି। ସେ ବଉଳା ସାହିତ୍ୟ ସଂସଦ, ସମ୍ବାଦ ସାହିତ୍ୟ ଘରର କର୍ମକର୍ତ୍ତା ସହିତ ଜଣେ ସାମାଜିକ କର୍ମୀ ଭାବେ ମଧ୍ଯ ପ୍ରତିଷ୍ଠିତ। ତାଙ୍କୁ ‘ନୀରଦପ୍ରଭ୍ରା ହାସ୍ଯବ୍ୟଙ୍ଗ’ସମ୍ମାନ ମିଳିବା ପରେ ଓଡ଼ିଶାର ଅନେକ ପ୍ରତିଷ୍ଠିତ ସାହିତ୍ୟିକ, କବି ଓ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।