ନୂତନ ବସଷ୍ଟାଣ୍ଡ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ ଉଷା ପାଢୀ

ନାଉଗାଁ,(ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲାଗ୍ରସ୍ତରେ ଆସିଥିବା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଗୁରୁବାର ଜଗତସିଂହପୁର ନୂତନ ବସଷ୍ଟାଣ୍ଡ ପରିଦର୍ଶନ କରିଥିଲେ। ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ବସଷ୍ଟାଣ୍ଡ ବୁଲି ଦେଖିବା ପରେ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ କାର୍ଯ୍ୟ କରୁଥିବା ଠିକାସଂସ୍ଥାକୁ ପ୍ରଶଂସା କରିଥିଲେ। ନୂତନ ଷ୍ଟାଣ୍ଡକୁ ପରିବହନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ସହିତ ଜିଲ୍ଲାପାଳ ଜେ.ସୋନାଲ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ସୁଭେନ୍ଦୁ ସୁତାର,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ କୁମାର ଜେନା, ଠିକାସଂସ୍ଥାର ମୁଖ୍ୟ ପବିତ୍ର ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି ଜଗତସିଂହପୁର ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୧୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ସଂପୃକ୍ତ ଠିକାସଂସ୍ଥା ପ୍ରାୟ ଛଅ ମାସ ହେବ କାର୍ଯ୍ୟ ଶେଷ କରିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ