୧୪୮୦୦ ହଜାର ଲୋକ କରିନାହାନ୍ତି ରାସନକାର୍ଡ ଇ କେ.ୱାଇ ସି
ହାଟଡିହି:(ଓ୍ବାଇଏନଏସ) : ‘ଇ-କେୱାଇସି’ ଯାଞ୍ଚକୁ ନେଇ ଚିନ୍ତାରେ ହିତାଧିକାରୀ । ଯେଉଁ ଅଯୋଗ୍ଯ ହିତାଧିକାରୀ ବର୍ଷବର୍ଷ ହେବ ନିୟମକୁ ଫାଙ୍କି ରାସନ ଚାଉଳ-ଗହମ ହାତେଇ ଆସୁଥିଲେ, ସେମାନଙ୍କ କାର୍ଡ ଖୁବ୍ଶୀଘ୍ର କଟିବାକୁ ଯାଉଛି। ସରକାର ଚଳିତ ମାସ ଶେଷ ସୁଧା ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଆଜି ସୁଦ୍ଧା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକରେ ପାଖାପାଖି ୯୦. ୩୩ ପ୍ରତିଶତ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସରିଥିବା ବେଳେ ଆହୁରି ୬.୬୭ପ୍ରତିଶତ ଲୋକଙ୍କର ‘ଇ କେୱାଇସି’ ବାକି ରହିଛି । ଅର୍ଥାତ୍ ଏମାନେ ଗାଁରେ ହେଉଥିବା କେୱାଇସି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି। କାର୍ଡ କଟିଯିବା ଭୟରେ ୧୮୭୫ ହିତାଧିକାରୀ ଜାଣିଶୁଣି କେୱାଇସି କରୁନାହାନ୍ତି ବୋଲି ସର୍ଭେ ରେ ଜଣା ପଡ଼ିଛି। ସରକାର ତୁରନ୍ତ ଇ କେୱାଇସି ସାରିବାକୁ ଗୁରୁତ୍ଵ ଦେଇଥିବା ବେଳେ ଓ ବିଭାଗ ପକ୍ଷରୁ ବାରମ୍ବାର ତାଗଡ଼ା ସତ୍ୱେ ଇ କେୱାଇସି ପ୍ରତି ଗୁରୁତ୍ବ ଦେଉ ନ ଥିବା ଜଣା ପଡିଛି। ହାଟଡିହି ବ୍ଲକରେ ମୋଟ ୧ଲକ୍ଷ ୫୦ହଜାର ୬୬୫ ଜଣ ହିତାଧୀକାରୀ ଥିବା ସ୍ଥଳେ ଆଜି ସୁଧା ୧ଲକ୍ଷ ୩୫ହଜାର ୮୬୫ଜଣ ଇ କେୱାଇସି କରିଛନ୍ତି। ୧୪୮୦୦ଜଣ ଇ କେୱାଇସି ହୋଇନଥିବା ବ୍ଲକ ଯୋଗଣ ଅଧିକାରୀ ସୁଚନା ଦେଇଛନ୍ତି। ତନ୍ମଧ୍ୟରୁ ୪୨୬୦ଜଣ ଶିଶୁ ଥିବାବେଳେ ୩୧୩୪ଜଣ ବୃଦ୍ଧ ବୃଦ୍ଧା ରହିଛନ୍ତି। ଯାହାର ଟିପ କି ଆଖି ନେଉନି। ସେହିପରି ୪୯୯ଜଣ ହିତାଧିକାରୀଙ୍କ ଆଧାର କାର୍ଡ ନାହିଁ। ତା ଭିତରୁ ଅନେକ ଭିନ୍ନକ୍ଷମ ଅଛନ୍ତି। ସେହିପରି ୩୨୮୫ ଜଣ ବ୍ୟକ୍ତି ବାହାରେ ରହୁଥିବା ବେଳେ ୩୧୨ଜଣ ରୋଗରେ ଶଯ୍ୟାଶାୟୀ ଅଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ୧୮୭୫ ହିତାଧୀକାରୀ ଘରେ ଥାଇବି ଇ କେୱାସି କରିବାକୁ ଆସୁ ନାହାନ୍ତି। ତା ଭିତରୁ ଅନେକ ବଡ଼ ବଡୁଆ, ଧନୀକ ଶ୍ରେଣୀର ଓ ଆଉ କିଛି ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବା ଭୟରେ କରୁ ନଥିବା ଜଣା ଯାଇଛି। ଯୋଗାଣ ଅଧିକାରୀଙ୍କ କହିବାନୁଯାୟୀ ଆମେ ଅନେକ ଚେଷ୍ଟା କରିବା ପରେ ଏପରିକି ଗାଁ କୁ ଗାଁ ଯାଇ ଇ କେୱାଇସି କରିବା ପରେ ଯାଇ ୯୦.୩୩ଭାଗ କରାଯାଇ ପାରିଛି। ସମସ୍ତ ସୂଚନା ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ। ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ତଥାପି ଆମେ ସମସ୍ତଙ୍କୁ ଇ କେୱାଇସି କରିବାକୁ ଅବଗତ କରାଉଛୁ ବୋଲି ଯୋଗାଣ ଅଧିକାରୀ ସତ୍ୟନାରାୟଣ ପଟ୍ଟନାୟକ କହିଛନ୍ତି।