ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ବୈଠକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଏକ ବୈଠକ ନହଙ୍ଗ ମା’ମଙ୍ଗଳା ପୀଠରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଆର୍ତ୍ତତ୍ରାଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଅଭିମନ୍ୟୁ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ବୈଠକରେ ସଦସ୍ୟମାନେ ସଙ୍ଘୀୟ ସମସ୍ୟା ଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ସଙ୍ଘର ସମ୍ପାଦକ ୭୦ବର୍ଷ ଅତିକ୍ରମ କରିଥିବା ସଦସ୍ୟମାନଙ୍କୁ ଆୟୁଷ୍ମାନ ବୟବନ୍ଦନା କାର୍ଡ କରିବାକୁ ପରାମର୍ଶ ଦେଇଥିଲେ ଓ ସେମାନେ ୫ଲକ୍ଷର ଚିକିତ୍ସା ସୁବିଧା ପାଇବାକୁ ହକଦାର ବୋଲି ସୂଚନା ଦେଇଥିଲେ। ଜୁଲାଇମାସ ସରିଆସୁଥିବାରୁ ସଙ୍ଘର ସଦସ୍ୟମାନେ ନିଜ ନିଜର ବାଡି କିମ୍ବା ସରକାରୀ ଜାଗାରେ ଗଛଟିଏ ଲଗାଇ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ବରିଷ୍ଠ ସଦସ୍ୟ ଦୁର୍ଯ୍ୟୋଧନ ପ୍ରଧାନ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସଭାରେ ୨୦ଜନ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ସଦସ୍ୟ କ୍ଷୀରୋଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।