ମାଡ଼ ମାରି ବାଇକ ଓ ଟଙ୍କା ଲୁଟ ଘଟଣା : ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ବ୍ରହ୍ମପୁରରେ ରହୁଥିବା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ପେଶାଦାର ଅପରାଧି ଏଲ.ଶିବା ରେଡ୍ଡୀ ଙ୍କୁ ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସୋମବାର ଛିନ୍ ତାଇ ମାମଲାରେ ଗିରଫ କରି ବ୍ରହ୍ମପୁର ସଦର କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୭୬/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ଗତ ଗୁରୁବାର ରାତି ପ୍ରାୟ ସାଢେ ୧୦ ଟାରେ ଦିଗପହଣ୍ଡି ଥାନା ବରପଲ୍ଲୀ ଗ୍ରାମର ଧର୍ମପଦ ଭୁଁୟା ସିଦ୍ଧେଶ୍ୱର ଗ୍ରାମରେ କାମ ସାରି ବାଇକ ନଂ.(ଓଡ଼ି ୦୭ ଏ ଏଲ -୭୯୭୩) ଯୋଗେ ଘରକୁ ଫେରୁଥିବା ବେଳେ ବନ୍ଥପଲ୍ଲୀ ଗ୍ରାମ କେନାଲ ଚାରିଛକ ଫୋନ ଟାୱାର ପାଖରେ ଅଭିଯୁକ୍ତ ଶିବା ସହ ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ସାଇ ଗୌଡ଼ ଅନ୍ୟ ଜଣେ ଅଚିହ୍ନା ଯୁବକ ଅନ୍ୟ ଏକ ବାଇକ ରେ ଆସି ତାଙ୍କୁ ଅଟକାଇ ଥିଲେ।ଜଣେ ଅଜଣା ଦୁର୍ବୃତ୍ତ ଏକ କଟୁରୀ ତାଙ୍କ ବେକ ପାଖରେ ଲଗାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।ପରେ ସେମାନେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ତାଙ୍କ ପକେଟ ରୁ ୧୩୦୭୦ ଟଙ୍କା ଜବରଦସ୍ତ ଲୁଟି ନେବା ସହ ତାଙ୍କୁ ରାସ୍ତାକଡ ଡ୍ରେନ କୁ ଠେଲି ଦେଇ ତାଙ୍କ ବାଇକ କୁ ଛଡାଇ ନେଇ ଚମ୍ପଟ ମାରିଥିଲେ। ଏନେଇ ଧର୍ମପଦ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଭାର ପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ଗିରଫ ଅଭିଯୁକ୍ତ ଶିବା ଙ୍କ ନାଁ ରେ ଦିଗପହଣ୍ଡି ସମେତ ବ୍ରହ୍ମପୁର ର ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଥିବା ଜଣାପଡିଛି।ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣ ଫେରାର ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ