ବେଆଇନ ଭାବେ ଗଚ୍ଛିତ ବାଲିକୁ ଜବତ କଲା ପ୍ରଶାସନ

ନାଉଗାଁ,(ଓ୍ବାଇଏନଏସ): ଦେବୀନଦୀରେ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନାକୁ ଆଖି ଆଗରେ ରଖି ବାଲିଘାଟର ନିଲାମଧାରୀମାନେ ଆଗୁଆ ବାଲିଘାଟରୁ ବାଲି ଉତୋଳନ କରି ସରକାରୀ ସ୍ଥାନରେ ଗଚ୍ଛିତ ରଖିଥିଲେ।ସରକାରୀ ସ୍ଥାନରେ ବେଆଇନ ଭାବେ ବାଲି ଗଚ୍ଛିତ ରଖାଯାଉଥିବା ଜଗତସିଂହପୁର ଖଣି ଅଧିକାରୀ ସତିଶ କୁମାର ତରାଇ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ। ଖଣି ଅଧିକାରୀ ଶ୍ରୀ ତରାଇ ଓ ନାଉଗାଁ ତହସିଲଦାର ଅକ୍ଷୟ କୁମାର ବଡୁ ମିଳିତ ଭାବେ ବେଆଇନ ଭାବେ ଗଛିତ ଥିବା ସ୍ଥାନରେ ଚଢାଉ କରିଥିଲେ। ଶିଖର ପଂଚାୟତ ଶିଖର ମୌଜାର ପ୍ଲଟ ନମ୍ବର-୧୪୭୭ ଓ ବୋଦଳ ମୌଜାର ପ୍ଲଟ ନମ୍ବର-୬୯୯ ଉପରେ ଏହି ବାଲି ଗଚ୍ଛିତ ଥିବା ଜାଣିବାକୁ ପାଇଥିଲେ। ବେଆଇନ ଭାବେ ସରକାରୀ ସ୍ଥାନରେ ବାଲି ଗଚ୍ଛିତ ଥିବାରୁ ଖଣି ଅଧିକାରୀ ତରାଇ ଉକ୍ତ ବାଲିକୁ ଜବତ କରିଥିଲେ। ଏଥିରେ ସମୁଦାୟ ୨୪ହଜାର ସିଏମ୍ ବାଲି ଜବତ କରାଯାଇଥିଲା। ପରେ ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ଜଗତସିଂହପୁର ପକ୍ଷରୁ ଅଗଷ୍ଟ ୧ରେ ନିଲାମ ଡକାଯାଇଥିଲା। ଏହି ନିଲାମରେ ୨୪ ହଜାର ସିଏମ ବାଲି ବାବଦକୁ ୩୧ଲକ୍ଷ ୩୯ ହଜାର ୫୬୦ ଟଙ୍କାରେ ପ୍ରଦାନ କରାଯାଇଥିବା ଖଣି ଅଧିକାରୀ ଶ୍ରୀ ତରାଇ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ