ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ଶାନ୍ତିଶକ୍ତି ଭବନ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ଏକ ଆଧ୍ୟାତ୍ମିକ ସ୍ନେହମିଳନ କାର୍ଯ୍ୟକ୍ରମ କେନ୍ଦ୍ର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସେବାକେନ୍ଦ୍ର ପରିସରରେ ଅନୁଷ୍ଟିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ପରିସରରେ ଅନୁଷ୍ଟିତ ହୋଇଥିବା ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ପ୍ରେସ୍‍କ୍ଳବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ଆସିକା ଓକିଲ ସଂଘର ପୂର୍ବତନ ସଭାପତି ସୁଧାଂଶୁ କୁମାର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ଶିକ୍ଷାବିତ୍‍ ଅଜିତ୍‍ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ପାଣିଗ୍ରାହୀ, ଆଧ୍ୟାତ୍ମିକପ୍ରେମୀ ଏ.ଲକ୍ଷ୍ମୀନାରାୟଣ ଗୁପ୍ତା ପ୍ରମୁଖ ଯୋଗଦେଇ ରକ୍ଷାବନ୍ଧନ ଉତ୍ସବ ପାଳନର ଆଭିମୁଖ୍ୟ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିଶକ୍ତି ଭବନ ପକ୍ଷରୁ ଗତ ଏକ ସପ୍ତାହ ଧରି କବିସୂର୍ଯ୍ୟନଗର, ଗହଙ୍ଗୁ, ଖିରିଡା, ହାତୀଓଟ, କୁଲାଗଡ, କେନ୍ଦୁପଦର, ବାଲିସିରା, ପାଟପୁର, ଧରାକୋଟ, ପିତଳ, ବାଣିବିହାର, ଲାଲାଗୋର୍ଜି ଛକ, କୋଟିନଡା, କଲେଜଛକ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଉପ-ସେବା କେନ୍ଦ୍ର ଓ ଗୀତା ପାଠଶାଳାରେ ଏହି ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା । ଶାନ୍ତିଶକ୍ତି ଭବନ ପରିସରରେ ଅନୁଷ୍ଠିତ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ସଚେତନ ନାଗରିକ ଯୋଗ ଦେଇଥିଲା ବେଳେ ବ୍ରହ୍ମାକୁମାରୀ ଭଉଣୀମାନେ ରାଖି ପିନ୍ଧାଇ ରକ୍ଷାବନ୍ଧନ ଉତ୍ସବର ଶୁଭକାମନା ଜଣାଇଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟଳୟ ସ୍ଥାନୀୟ ସେବା କେନ୍ଦ୍ରର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଯୋଗଦେଇ ପରମାତ୍ମାଙ୍କ ସନ୍ଦେଶ ପ୍ରଦାନ ପୂର୍ବକ ରକ୍ଷା ବନ୍ଧନର ଆଧ୍ୟାତ୍ମିକ ରହସ୍ୟ ଉନ୍ମୋଚନ କରି ବିଶ୍ୱରକ୍ଷକ ପିତା ପରମାତ୍ମାଙ୍କ ଜ୍ଞାନ, ଗୁଣ ଓ ଶକ୍ତିର କବଚରେ ସଦା ସୁରକ୍ଷିତ ସମସ୍ତ ଭାଇ ଓ ଭଉଣୀଙ୍କୁ ରକ୍ଷାବନ୍ଧନ ପର୍ବର କୋଟି କୋଟି ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ପବିତ୍ର ରକ୍ଷା ବନ୍ଧନର ଆଧ୍ୟାତ୍ମିକ ରହସ୍ୟ ତଥା ଇଶ୍ୱରୀୟ ଅନୁଭୂତି ସାଙ୍ଗକୁ ନିଶାନିବାରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନର ବ୍ରହ୍ମାକୁମାର ସତ୍ୟପ୍ରିୟ, ନିରଂଜନ, ସଚ୍ଚିନ୍‍, ବୁଲୁ, ପଞ୍ଚାୟତ୍ରୀ, କାଳୁ, ମଙ୍ଗୁଳୁ, ଚରଣ, ବଳରାମ, ଯୋଗୀ, ବସନ୍ତ, ରାମେଶ୍ୱର, ଲଡୁକିଶୋର, ରାଧାଶ୍ୟାମ ଓ ବ୍ରହ୍ମାକୁମାରୀ ସୁଜ୍ଞାନୀ, ଜ୍ୟୋତି, ସ୍ମିତାରାଣୀ, ନିଶି, ଝରଣା, ଧରଣୀ, ନିଳିମା, ନର୍ମଦା, ଭାଗ୍ୟଲତା, ଆଶା, ଆସିନା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ସହଯୋଗ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ