ସ୍ୱେଚ୍ଛାକୃତ ରକ୍ତଦାନ ଶିବର

ଆସିକା (ୱାଇଏନ୍‍ଏସ୍‍) : ଆସିକା ଏନ୍‍ଏସି ଅଧିନସ୍ଥ ୧୭ ନମ୍ବର ୱାର୍ଡର ମା ବିମଳା ଉତ୍ସବ ସମାରୋହ ଭବନ ପରିସରରେ ଲାଲାଶାସନ ଗ୍ରାମ୍ୟ କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆସିକା ବିଡିଓ ଲିପିନା ଦାଶ, ଥାନା ଅଧିକାରୀ କୁଳମଣି ସେଠୀ, ପ୍ରୋବେସନ୍‍ରେ ଥିବା ଓଏଏସ୍‍ ଅଫିସର ସୁଶ୍ରୀ ରଚିତା ମହାପାତ୍ର, ଆସିକାର ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ ଓ ସୌଦାଗର ବେହେରା, ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଆସିକା ବନପାଳ ଶରତ ଚନ୍ଦ୍ର ବେହେରା, ପରିବେଶବିତ୍‍ ଶୁଳପାଣି ଶତପଥୀ, ଏନ୍‍ଏସି କାଉନସିଲର ଶ୍ରୀମତୀ ସଂଯୁକ୍ତା ଶତପଥୀ, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଲେ ଯେ, ଶୁଖିଲା ମୁହଁରେ ହସ ଭରି ଅନ୍ୟକୁ ବଞ୍ଚାଇବା ପାଇଁ ରକ୍ତଦାନ କରିବାକୁ ଆହ୍ୱାନ କରିବା ସହ ଏହି ରକ୍ତଦାନ ମଣିଷର ଜୀବନକୁ ଧନ୍ୟ କରେ ଓ ତାର ପ୍ରାଣକୁ ପୂଣ୍ୟତାରେ ଭରିଥାଏ ବୋଲି ପ୍ରକାଶ କରିଥିଲେ । ଏହି ରକ୍ତଦାନ ଶିବିରରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ବହୁ ଯୁବପିଢୀ, ସଚେତନ ନାଗରିକ ଆଗ୍ରହର ସହକାରେ ରକ୍ତଦାନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଭଞ୍ଜନଗର ଉପଖଣ୍ଡ ହସପିଟାଲ ରକ୍ତଭଣ୍ଡାରର ସନୋଜ କୁମାର ମହାନ୍ତି, ଗଣପତି ପ୍ରଧାନ, ଅନିଲ୍‍ ନାହାକ, ସିମାଂଚଳ ସେଠୀ, ସୁରେନ୍ଦ୍ର ମହାପାତ୍ର, କାଳୁଚରଣ ସେଠୀ ପ୍ରମୁଖ ରକ୍ତସଂଗ୍ରହରେ ସହଯୋଗ କରିଥିଲେ । ଲାଲାଶାସନ ଗ୍ରାମ୍ୟ କମିଟିର ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ଉପସଭାପତି ପ୍ରଦୀପ କୁମାର ଶତପଥୀ, ଯୁଗ୍ମ ସଂପାଦକ ପ୍ରଶାନ୍ତ କୁମାର ତ୍ରିପାଠୀ, ସାଂଗଠନିକ ସଂପାଦକ ଶିବପ୍ରସାଦ ଶତପଥୀ, କୋଷାଧ୍ୟକ୍ଷ ସୀତାରାମ ହୋତା, କାର୍ଯ୍ୟକାରୀ କମିଟି ସଦସ୍ୟ ବିଶିକେଶନ ଶତପଥୀ, ହିମାଂଶୁ ଶେଖର ତ୍ରିପାଠୀ, ନୃସିଂହ ଦାଶ, ଜିତେନ୍ଦ୍ର ହୋତା, ପୂର୍ଣ୍ଣଚନ୍ଦ୍ର ଦାଶ, ଫକୀର ଚରଣ ଦାଶ, ସୁନିଲ୍‍ କୁମାର ଶତପଥୀ, ପ୍ରଦୀପ କୁମାର ସ୍ୱାଇଁଙ୍କ ସମେତ ଗ୍ରାମବାସୀମାନେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଆସିକା ଏନ୍‍ଏସିର କାଉନସିଲର ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ପ୍ରତାପ ଚନ୍ଦ୍ର ପ୍ରଧାନ, ବିମଳ ପ୍ରଧାନ, ସନ୍ତୋଷ ନାହାକ, ରାଜେଶବାବୁ ଆଚାରୀ, ନିଳାଂଚଳ ମହାରଣା, ସାଇରାଜ ଦଳେଇ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ