ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଅସ୍ତରଙ୍ଗ ବ୍ଲକରେ ୬ ହଜାରରୁ ଉର୍ଦ୍ଧ ଆଶାୟୀ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ )-୧୯/୦୮:-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ୧୫ଗୋଟି ପଂଚାୟତ ରେ ଆବାସ ଯୋଜନାରେ ଘର ଟିଏ ପାଇବା ପାଈଁ ୬ହଜାର ରୁ ଉର୍ଦ୍ଧ ଆଶାୟୀ ହିତାଧିକାରୀ ଏଥର ଆବେଦନ କରିଛନ୍ତି। ଏହି ଆଶାୟୀ ହିତାଧିକାରୀଙ୍କ ବିଭିନ୍ନ କାଗଜ ପତ୍ର ଯାଞ୍ଚ ଶେଷ ହୋଇଛି। ସମସ୍ତ ହିତାଧିକାରୀଙ୍କ ଘରକୁ ଘର ଯାଇ ପ୍ରଶାସନିକ ଅଧିକାରୀ ମାନେ ଯାଞ୍ଚ କରିଛନ୍ତି ପ୍ରଥମ ଥର ଲାଗି ଏହି ସର୍ଭେ କାର୍ଯ୍ୟରେ ଏ ଆଇ (ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି )ର ବ୍ୟବହାର କରାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ପ୍ରଥମ ଥର ପାଈଁ ନିଜେ ୭ଶହ ରୁ ଉର୍ଦ୍ଧ ହିତାଧିକାରୀ ନିଜ ଘର ସମ୍ପର୍କରେ ଯାଞ୍ଚ କରି ଏହାର ସ୍ୱତନ୍ତ୍ର ୱେବସାଇଟି ତଥ୍ୟ ଅପଲୋଡ଼ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ରେ କେଉଁ ମାନେ ଏହି ଯୋଜନାରେ ଘର ପାଇବେ ଏବଂ କେଉଁ ମାନେ ବାଦ ପଡିବେ ତାହାର ତାଲିକା ପ୍ରକାଶ ପାଇବ ବୋଲି ଜଣା ପଡିଛି। ଗରିବ ତଥା ଅସହାୟ ଙ୍କୁ ଛାତ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଯାଇଛି। ଏହି ଯୋଜନା ରେ ବିଭିନ୍ନ ପର୍ଯ୍ୟାୟରେ ହିତାଧିକାରୀ ଙ୍କ ତାଲିକା ରାଜ୍ୟ ସରକାର ଠାରୁ ମଗାଯାଇଛି। ପ୍ରତି ପଂଚାୟତ ରୁ ତାଲିକା ଆସିବା ପରେ ତାହାକୁ କେନ୍ଦ୍ର ସରକାରଙ୍କୁ ପଠାଯାଏ। ଯେଉଁ ହିତାଧିକାରୀ ମାନେ ଏହି ଯୋଜନା ରେ ନିୟମାବଳୀ ଭଳି ଭିତରେ ଆସନ୍ତି ସେମାନଙ୍କ ନାମକୁ ରଖି ଅନ୍ୟ ମାନଙ୍କକୁ  ନାଁକୁ କାଟି ଦିଆଯାଏ। ଏବେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିବା ପରେ ଅସ୍ତରଙ୍ଗ ବ୍ଲକର ୧୫ଗୋଟି ପଂଚାୟତ ରେ ୬ହଜାର ୬ଶହ ୭୮ଜଣ ହିତାଧିକାରୀ ଙ୍କ ତାଲିକା ପଠାଯାଇଛି। ଏଥିରେ ଅସ୍ତରଙ୍ଗ ବ୍ଲକ ଅଧୀନ ବିଭିନ୍ନ ପଂଚାୟତ ଅନୁଯାୟୀ ଆଳଙ୍ଗପୁର ୩୦୨ଜଣ, ଆଳସାହି ୪୦୮ଜଣ, ଅସ୍ତରଙ୍ଗ ୩୮୬ଜଣ, ଛୁରିଆନା ୫୩୧ଜଣ, ଝାଡ଼ଲିଙ୍ଗ ୨୯୬ଜଣ, କେନ୍ଦ୍ରାପଟି ୭୨୫ଜଣ, କୋରଣା ୬୪୯ଜଣ, ମାଣ୍ଡୁକି ୪୦୧ଜଣ, ନଗର ୬୦୭ଜଣ, ନଈଗୁଆଁ ୫୦୭ଜଣ, ନୂଆଗଡ ୧୮୧ଜଣ, ପାଟଳଦା ୨୦୫ଜଣ, ସରିପୁର ୫୯୬ଜଣ, ଶିଶୁଅ ୪୪୪ଜଣ, ତାଳଦା ୪୪୦ଜଣ ହିତାଧିକାରୀ ଆବେଦନ କରିଥିବା ବେଳେ ସେଥିରେ ୭ଶହ ୪୨ଜଣ ହିତାଧିକାରୀ ନିଜେ ସର୍ଭେ କରି ରିପୋର୍ଟ ଆବେଦନ କରିଛନ୍ତି। ଏହି ସମସ୍ତ ଆଶାୟୀ ଆବେଦନକାରୀ ମାନେ ଆବେଦନ କରିବା ପରେ ସେମାନଙ୍କ ତଥ୍ୟ ଏଆଇ ଜରିଆରେ ଯାଞ୍ଚ କରାଯାଥିଲା। ଅର୍ଥାତ ଜଣେ ଆଶାୟୀ ପ୍ରାଥୀ ଯୋଜନା ପାଇବା ଲାଗି ଯେଉଁ ଫର୍ମ ରହିଛି ତାହାକୁ ପୂରଣ କରିବେ ବା ପୋର୍ଟାଲରେ ଥିବା ଫର୍ମକୁ ପୂରଣ କରିବେ। ଏହି ଫର୍ମରେ ବିଭିନ୍ନ ନିୟମାବଳୀ ରହିଛି। ଯେଉଁ ପ୍ରାଥୀଙ୍କର ଏହି ନିୟମାବଳୀ ଭିତରେ ଆସିବ ନାହିଁ ସେମାନଙ୍କୁ ଏଆଇ ଜରିଆରେ ସୂଚାଇ ଦିଆଯିବ। ଏହା ବାଦ ପ୍ରଶାସନ କର୍ମଚାରୀ ମଧ୍ୟ ପ୍ରତ୍ୟେକ ପ୍ରାଥୀଙ୍କ ଘରକୁ ଯାଇ ଯାଞ୍ଚ କରିଛନ୍ତି। ଚଳିତ ବର୍ଷ ନିଜେ ଆଶାୟୀ ପ୍ରାଥୀ ମାନେ ଆବେଦନ କରିବା ପରେ ନିଜ ଫର୍ମକୁ ନିଜେ ଯାଞ୍ଚ କରିବାର ବ୍ୟବସ୍ଥା କରାଯାଇଛି। ଅର୍ଥାତ ପ୍ରାଥୀ ଆବେଦନ କରିବା ପରେ ଯେଉଁ ନିୟମାବଳୀ ରହିଛି ସେଥିରେ ସେମାନେ ଆସୁଛନ୍ତି କି ନାହିଁ ତାହା ଯାଞ୍ଚ କରି ନିଜେ ଏକ ରିପୋର୍ଟ ପୋର୍ଟାଲରେ ଅପଲୋଡ଼ କରିପାରିବେ। ଏଭଳି କି ଅସ୍ତରଙ୍ଗ ବ୍ଲକର ୧୫ଗୋଟି ପଂଚାୟତ ରୁ ୭ଶହ ୪୨ଜଣ ଆଶାୟୀ ହିତାଧିକାରୀ ଆବେଦନ କରିବା ପରେ ନିଜ ଆଡୁ ଯାଞ୍ଚ ରିପୋର୍ଟ ଦେଇଥିଲେ। ଏମାନଙ୍କ ଯାଞ୍ଚ ରିପୋର୍ଟକୁ ମଧ୍ୟ ପ୍ରଶାସନ ପକ୍ଷରୁ ପୁନଃ ଯାଞ୍ଚ କରାଯାଇ ଚୂଡାନ୍ତ ରିପୋର୍ଟ ଦିଆଯାଇଛି। ସେପ୍ଟେମ୍ବର ରେ କେତେ ହିତାଧିକାରୀ ଙ୍କୁ ଏହି ଯୋଜନା ରେ ଆବାସ ମିଳିବ ତାହାର ତାଲିକା ପ୍ରକାଶ ପାଇବା ପରେ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ହିତାଧିକାରୀ ଙ୍କୁ ଦିଆଯିବ ବୋଲି ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ