ପଥର ଲିଜ ବାତିଲ ଦାବୀ କଲେ ସୋଡକ ଗ୍ରାମବାସୀ

ଛତ୍ରପୁର,(ଓ୍ବାଇଏନଏସ):  ପୋଲସରା ବ୍ଲକ ସୋଡକ ଗ୍ରାମ ନିକଟରେ ଥିବା ବନମାଳିପଲ୍ଲୀ ମୈାଜା ଫୁଲଡିମିରି ପାହାଡର ପଥରଖାଦାନ ବନ୍ଦ ଦାବୀନେଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଏହି ପଥର ଖାଦାନ ପାଇଁ ପରିବେଶ ନଷ୍ଟ ହେବାସହ ବନ୍ୟ ଜନ୍ତୁମାନଙ୍କ ଜୀବନ ବିପଦରେ ରହିଛି । ନିକଟସ୍ଥ ଚାଷ ଜମି ନଷ୍ଟ ହେବା ସହ ଘରର କାନ୍ଥ ଫାଟୁଛି ବୋଲି ଅଭିଯୋଗ କରିଛନ୍ତି । ଜୈନିକ ଲିଜ ଧାରୀ ପଥର ଫୁଟାଉଥିବାରୁ ଅଚଂଳରେ ପ୍ରଦୂଷଣ ହେଉଛି । ପାହାଡରେ ଥିବା ଜାତୀୟ ପକ୍ଷୀ ମୟୁର,କୃଷ୍ଣସାର ମୃଗ ଏବଂ ଅନ୍ୟ ଜୀବଜନ୍ତୁଙ୍କ ଜୀବନ ବିପଦରେ ରହୁଛି । ତେଣୁ ଲିଜ ନେଇଥିବା ବ୍ୟକ୍ତିଙ୍କ ତୁରନ୍ତ ଲିଜ ବାତିଲ କରିବା ଦାବୀ ହୋଇଛି । ଏପରିକି ଗ୍ରାମରେ ମଧ୍ୟ ଏକ ବୈଠକି କରି ସମସ୍ତେ ଏହିଲିଜ ଧାରୀଙ୍କ ଅନୁମତି ବାତିଲ ପାଇଁ ସହମତି ପ୍ରକାଶ କରିଛନ୍ତି । ଜିଲାପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ ପରେ ଗଞ୍ଜାମ ଏସପି କାର୍ଯ୍ୟାଳୟକୁ ଯାଇ ସେଠାରେ ମଧ୍ୟ ଡିଏସପିଙ୍କୁ ସାକ୍ଷାତ କରିଥିଲେ । ପରେ ବ୍ରହ୍ମପୁର ଖଣି କାର୍ଯ୍ୟାଳୟକୁ ଯାଇ ଲିଜଧାରୀଙ୍କ ବିରୁଦ୍ଧରେ କହିବା ସହ ଏହାକୁ ତୁରନ୍ତ ଅନୁମତି ବାତିଲ କରିବା ପାଇଁ ଦାବୀ କରିଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ରିନାରାଣି ଦେବୀ, ସନ୍ତୋଷ କୁମାର ପ୍ରଧାନ, ବସନ୍ତ କୁମାର କୁଣ୍ଡ,ଭଗବାନ ସାସମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ