ଚକ୍ଷୁ ପରୀକ୍ଷଣ ଶିବିର
ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗଞ୍ଜାମ ସମଗ୍ର ଶିକ୍ଷା ଓ ପୋଲସରା ବିଇଓ ଅଫିସ ଆନୁକୂଲ୍ୟରେ ସୁରେନ୍ଦ୍ର ସାଏ ଦିବ୍ଯ ଦୃଷ୍ଟି ଯୋଜନା ଜରିଆରେ ଚକ୍ଷୁ ପରୀକ୍ଷଣ ଶିବିର ଅଗଷ୍ଟ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୨୨୫ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୧୨ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ଚଷମା ପ୍ରଦାନ କରିବା ପାଇଁ ଚିହ୍ନଟ କରାଯାଇଥିଲା। ୫ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସମସ୍ୟା ରହିଥିବା ଯୋଗୁଁ ସେମାନଙ୍କୁ ଜିଲ୍ଲା ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ ବୋଲି ସ୍ଥିର ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହାତୀଓଟ ନୋଡାଲ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଏବଂ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଡାକ୍ତର ସିଲା ସୀତାରାମ, ଚକ୍ଷୁ ବିଶେଷଜ୍ଞ ଡାକ୍ତର ଏ. ନାଗେଶ୍ବର ରାଓ ଆଚାରୀ ଓ ସୃଷ୍ଟି ସାହୁ ଛାତ୍ରଛାତ୍ରୀ ବୃନ୍ଦଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଉପେନ୍ଦ୍ର କୁମାର ସେଠୀ ଓ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ କମଳିନୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଓ ସିଆରସିସି ବୃନ୍ଦ ଶିବିର ପରିଚାଳନାରେ ସହଯୋଗ କରିଥିଲେ।