ଶିଳ୍ପୀ କାରିଗରଙ୍କୁ ଶୋଷଣ: ସରକାରୀ ଅର୍ଥ ହରିଲୁଟ୍ ଓ ଅସାମାଜିକ କାର୍ଯ୍ୟକଳାପର ତଦନ୍ତ ଦାବୀ

ଭଦ୍ରକ,(ଚାନ୍ଦିନୀ ମହନ୍ତି) : ଓଡିଶା ଶିଳ୍ପୀ ମହାସଂଘର ସଭାପତି କହୁଥିବା ଜନୈକ ବ୍ୟକ୍ତି ଜିଲାରେ କାର୍ଯ୍ୟରତ କାରିଗରଙ୍କୁ ଶୋଷଣ କରିବା, ସରକାରୀ ଅର୍ଥ ହରିଲୁଟ୍ କରିବା ଏବଂ ମହିଳା ତାଲିମ୍ କେନ୍ଦ୍ରରେ ଅସାମାଜିକ କାର୍ଯ୍ୟକଳାପ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶନିବାର ଭଦ୍ରକ କୁଆଁସସ୍ଥିତ ଶ୍ୟାମସୁନ୍ଦର ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହିଳା ମାନେ ଦାବୀ କରିଛନ୍ତି । ହରଗୌରୀ ମହାସଂଘର ସଭାନେତ୍ରୀ ବିଜୟୀଲକ୍ଷ୍ମୀ ମହାକୁଡ, ସମ୍ପାଦିକା ମନୋରମା ମାଝୀ, ଓମ୍ ଶାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ପ୍ରିୟମ୍ବଦା ବାରିକ୍‌, ସଭ୍ୟା ସୁପ୍ରିୟା ଦାସ , ଠାକୁର କେଶବ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ କୁନିମଣି ଜେନା, ସମ୍ପାଦିକା ସରସ୍ୱତୀ ଶୁକ୍ଳା, ବାଟିକାର ଟ୍ରେନର ଶଶିକଳା ପଣ୍ଡା, ସ୍ମୃତି କଲଚରର ମୁଖ୍ୟ ସଂଯୋଜକ ପଦ୍ମଲୋଚନ ଦତ୍ତ ପ୍ରମୁଖ ଉପସ୍ଥିତ ରହି ନିଜକୁ ଶିଳ୍ପୀ ମହାସଂଘର ସଭାପତି କହୁଥିବା ଜନୈକ ବ୍ୟକ୍ତି ବିଭିନ୍ନ ସମୟରେ କାରିଗର ଓ ବୁଣାକାର ମାନଙ୍କୁ ହଇରାଣ ହରକତ କରି ଆସୁଛନ୍ତି । ବିଭିନ୍ନ ପ୍ରଲୋଭନ ଦେଖାଇ ପେନସନ୍ କରିଦେବା, ଗୃହ ଯୋଗାଇ ଦେବା, ଟ୍ରେନିଂ ଦେବାର ଲୋଭ ଦେଖାଇ ଅର୍ଥ ଆଦାୟ କରୁଛନ୍ତି । ଜିଲାର ତାଲିମ୍ କେନ୍ଦ୍ରରେ ଅବାଧରେ ପ୍ରବେଶ କରି ଏମସିପି ମାନଙ୍କ ସହ ରହିବା ଏବଂ ଏହି ଜିଲା ଅଧିନ ବନ୍ତ ବ୍ଲକର ସିଲନ୍ଦି ଓ ଗଣିଜାଙ୍ଗ ଠାରେ ତାଲିମ୍ କେନ୍ଦ୍ର ଖୋଲି ଅସାଧୁ ଉପାୟରେ ସରକାରୀ ଅର୍ଥ ହଡପ କରିବା ଆଦିର ସଭାନେତ୍ରୀ ମାନେ ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି । ଏଥିସହ ରାଜ୍ୟ ସଭାପତି ଏବଂ ଜିଲା ସଭାପତି ଉଭୟ ଜିଲାରେ ଥିବା ଏମସିପି ମାନଙ୍କୁ ସୁଯୋଗ ନଦେଇ ବାହାର ଜିଲାର ଲୋକଙ୍କୁ ଆଣି ତାଲିମ୍ ଦେବା ନେଇ ଦୃଢ ବିରୋଧ କରାଯାଇଛି । ଜିଲାରେ ଯେଉଁ ଏମସିପି ମାନେ ଅଛନ୍ତି ସଂଘରେ ରହିବାକୁ ବାଧ୍ୟ କରାଯିବା ସହ ତାଲିମ୍ ପାଇଁ ଅର୍ଥ ମଗା ଯାଉଥିବାର ଗୁରୁତ୍ୱର ଅଭିଯୋଗ କରାଯାଇଛି । ରାଜ୍ୟ ସଭାପତି ଓ ଜିଲା ସଭାପତି ଜାନୁଗଞ୍ଜ, ଇଚ୍ଛାପୁର,ଏରଡା ଓ ଗୋପାଳପୁର କେନ୍ଦ୍ରରୁ ଯୋଗାଇ ଦିଆଯାଉଥିବା ଯନ୍ତ୍ରପାତିକୁ ଅଫିସ୍‌ରେ ରଖିବାର ଆଳ କରି ନେଇଯାଉଥିବା ଅଭିଯୋଗ ହୋଇଛି । ଗାନ୍ଧୀ ପଡିଆସ୍ଥିତ ତାଲିମ୍ କେନ୍ଦ୍ରକୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସିଲେଇ ମେସିନ୍‌, ଆଲମିନିୟମ୍ ଟପ୍‌, ପ୍ଲାଷ୍ଟିକ୍ ଟୁଲ୍ ନେଇ ଯାଇଥିବାର ଗୁରୁତ୍ୱର ଅଭିଯୋଗ ହୋଇଛି । ଉପରୋକ୍ତ ସମସ୍ତ ଘୋଟାଲାର ଜିଲାପାଳ, ହସ୍ତଶିଳ୍ପ ସଚିବ ଓ ନିର୍ଦ୍ଦେଶକ ବିଧିବଦ୍ଧ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା ନାୟକ ରଶ୍ମିତା ନାୟକ, ଝରଣା ରାଉଳ, ସୁଭଦ୍ରା ଦାସ, ଅନୁପମା ନାୟକ, କନକଲତା ନାୟକ, ସ୍ନେହଲତା ନାୟକ, ଲିଜାରାଣୀ ନାୟକ, ପଦ୍ମାବତୀ ଜେନା, କବିତା ଜେନା, ସ୍ୱର୍ଣ୍ଣଲତା ସାହୁ, ସାବିତ୍ରୀ ବେହେରା, ସୁମିତ୍ରା ବେହେରା, ବିମଳି ବେହେରା, ମାଳତୀ ରାଉତ୍‌, ଭାରତୀ ବେହେରା, ସସ୍ମିତା ସାହୁଙ୍କ ସମେତ ୫୦ ରୁ ଉର୍ଦ୍ଧ୍ୱ ମହିଳା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ