ହାତୀଓଟରେ “ଜାତୀୟ ମହାକାଶ ଦିବସ” କାର୍ଯ୍ୟକ୍ରମ
ପୋଲସରା(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ହାଇ ସ୍କୁଲର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ମେମ୍ବର ବୃନ୍ଦ ଓ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ “ଜାତୀୟ ମହାକାଶ ଦିବସ” ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସ ଅଧ୍ୟକ୍ଷତା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଭାରତର ବୈଜ୍ଞାନିକ ଓ ଆଧୁନିକ ଯୁଗରେ ବିଜ୍ଞାନର ଭୂମିକା, ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ଓ ଆବଶ୍ୟକତା ବିଷୟ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପସ୍ଥିତି ଛାତ୍ରଛାତ୍ରୀମାନେ ମହାକାଶ ଦିବସ ଉପଲକ୍ଷେ ଭାଷଣ ଦେଇଥିଲେ। ଏହି ସଭାରେ ବିଦ୍ୟାଳୟର ଶିକ୍ଷକ ନିରାନନ୍ଦ ସାହୁ, ଶଙ୍କର ପ୍ରଧାନ, ରମେଶ ଚନ୍ଦ୍ର ସ୍ୱାଇଁ, ସମୀର କୁମାର ଦଳେଇ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ଵାଇଁ, ଶିକ୍ଷୟିତ୍ରୀ ସୁନିତା କୁମାରୀ ବଡ଼ଜେନା, କର୍ମଚାରୀ ଆଶିଷ କୁମାର ପାତ୍ର, ଦୀପକ କୁମାର ପ୍ରଧାନ ନିଜ ନିଜର ମତ ରଖିଥିଲେ ।


