ଦିନିକିଆ କେରିୟର କାଉନସେଲିଂ ତାଲିମ ପ୍ରଦାନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ସ୍ଥିତ ପିଏସ ମହାବିଦ୍ୟାଳୟ ପରିସର ମଧ୍ୟରେ ଓ କେ ସିଏଲ ଓ ସିଲିକନ୍ ଭ୍ୟାଲି କମ୍ପ୍ୟୁଟର ଏକାଡ଼େମୀ ତରଫରୁ ଆଜିର କମ୍ପ୍ୟୁଟର ଯୁଗରେ ଓ ଏସ ସିଆଇଟି ଏବଂ ଏ ଆଇ ଟୁଲସ ଉପରେ+୨,+୩ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଦିନିକିଆ କେରିୟର କାଉନସେଲିଂ ତାଲିମ ପ୍ରଦାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ତାଲିମ କାର୍ଯ୍ୟକ୍ରମ ରେ ଓ କେ ସିଏଲ ଓଡ଼ିଆ ତରଫରୁ ଜୟନ୍ତୀ ଦେହୁରୀ ଯୋଗଦାନ କରିଥିବା ବେଳେ ଜିଲା ସଂଯୋଜକ ଅଶୋକ କୁମାର ସାହୁ ଅନ୍ୟ ମାନଙ୍କ ମଧ୍ୟରେ ଗିରିଧାରୀ ମହାନ୍ତ, ଦିବ୍ୟ ଲୋଚନ ମହାନ୍ତ, ଦେବ ଶଙ୍କର ପଲେଇ, ଯୋଗଦାନ କରି ଆଧୁନିକ କମ୍ପ୍ୟୁଟର ଯୁଗରେ ସ୍ବଳ୍ପ ସମୟ ରେ ଏ ଆଇ ଟୁଲସ ଯଥା – ଟାଟା ଜିପିଟି,କୁଇଲ ବଟି, ଡାଲ-ଇ, ଜେନେରେଭିଟ,ଜାଇ ଭାଷିନୀ,ମାଇକମନଷ୍ଟର,ଜେମିନି,ଓଲାବସ,ନାପକିନ,ଏ ଆଇ ଆଦି ଟୁଲ୍ସ ଗୁଡ଼ିକ ର ଦୈନିକ ଜୀବନରେ ପ୍ରୟୋଗ କରି ପାରିଲେ ଛାତ୍ର ଛାତ୍ରୀ ମାନେ ଯୋଗ୍ୟତା ହାସଲ କରି ପାରିବେ।ଓ ଏସ ସି ଆଇଟି ପ୍ରମାଣପତ୍ର ଓଡିଶା ସରକାରଙ୍କର ନିର୍ଭର ଯୋଗ୍ୟ ପ୍ରମାଣପତ୍ର ଯାହା ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସମ୍ବଲପୁର ଦ୍ବାରା ପ୍ରଦାନ କରିଥାଏ।ଏହି ଡିଗ୍ରୀ ଧାରୀ ଛାତ୍ର ଛାତ୍ରୀ ମାନେ କୌଣସି ସରକାରୀ ଚାକିରି ଠାରୁ ବାସନ୍ଦ ହୋଇ ନଥାନ୍ତି।କେରିୟର କାଉନସେଲିଂ ତାଲିମ ପ୍ରଦାନ କାର୍ଯ୍ୟ କ୍ରମ କୁ କାଉସେଲର ତଥା ମହାବିଦ୍ୟାଳୟ ର ଅର୍ଥନୀତି ଅଧ୍ୟାପକ ବିନାୟକ ମହାନ୍ତ ସଂଯୋଜନା କରିଥିବା ବେଳେ ସିଲିକନ୍ ଭ୍ୟାଲି କମ୍ପ୍ୟୁଟର ଏକାଡ଼େମୀ ର ଶିକ୍ଷକ ଶୁକଦେବ ମହାନ୍ତ ପରିଚାଳନା କରିଥିଲେ।ଏହି କାଉନସେଲିଂ ରେ କଲେଜ ର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।


