ସବୁଠି ବିଜେଡି ଭୁଶୁଡ଼ିଗଲାଣି: ଅମର ଶତପଥୀ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ବରିଷ୍ଠ ରାଜନେତା ଅମର ଶତପଥୀ ରବିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ରାଜନୈତିକ ମହଲରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ସେ କହିଛନ୍ତି ବଡ଼ଚଣା ବିଜେଡିକୁ ଭାଙ୍ଗିବା ପ୍ରକ୍ରିୟା ଭୁବନେଶ୍ୱରରୁ ହିଁ ଆରମ୍ଭ ହୋଇଥିଲା। କର୍ମୀ ସେତେବେଳେ ଦଳ ଛାଡ଼ନ୍ତି ଯେତେବେଳେ ନେତୃତ୍ୱ ଉପରେ ଅନାସ୍ଥା ଆସେ ବା ଭରସା ପାଏ ନାହିଁ। କର୍ମୀ ଦଳ ଛାଡ଼ିବା ଏକ ଦୁର୍ଭାଗ୍ୟଜନକ କଥା। ଏଥିପାଇଁ ବିଜେଡ଼ି ହିଁ ଦାୟୀ ବୋଲି ଅମର କହିଛନ୍ତି।୨୦୨୪ ସାଧାରଣ ନିର୍ବାଚନ ପରଠୁ ବିଜେଡିର ସ୍ଥିତି ଦୁର୍ବଳ ହେବାରେ ଲାଗିଛି । ଦଳର ସଭାପତି ସକ୍ରିୟ ନ ରହିବା ଏବଂ ବିରୋଧୀ ଦଳ ନେତା ଭାବେ ଯେଉଁପରି ଭାବେ ଶାସକ ବିଜେପିକୁ ଟାର୍ଗେଟ୍ କରିବା କଥା ସେମିତି ନ କରିବା ଦଳର କର୍ମୀ ଏବଂ ନେତାଙ୍କୁ ହତୋତ୍ସାହିତ କରୁଛି । ରାଜ୍ୟର ଅନେକ ସ୍ଥାନରେ ବିଜେଡିର ସଂଗଠନ ଦୁର୍ବଳ ହେବାରେ ଲାଗିଥିବା କୁହାଯାଉଛି  ଏହି କ୍ରମରେ ଦିନ ଥିଲା ବିଜେଡିର ଗଡ ଥିବା ବଡଚଣା ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡିର ବିସ୍ଫୋରକ ସ୍ଥିତି ଉପୁଜିଛି । ବଡଚଣା ବିଜେଡିର ଅନେକ ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ମିଶିବାକୁ ଯାଉଛନ୍ତି ।  ଏହାକୁ ନେଇ ବରିଷ୍ଠ ରାଜନେତା ଅମର ଶତପଥୀ ନିରାଶ ବ୍ୟକ୍ତ କରିବା ସହ ବିଜେଡି ଦଳର ଆଭିମୁଖ୍ୟ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କର୍ମୀ ସେତେବେଳେ ଦଳ ଛାଡନ୍ତି ଯେତେବେଳେ ଦଳ ଉପରୁ ସେମାନଙ୍କର ଭରସା ତୁଟି ଯାଏ । କେବଳ ବଡଚଣା ନୁହେଁ, ରାଜ୍ୟର ସବୁ ସ୍ଥାନରେ ବିଜେଡି ଭୁଶୁଡି ଗଲାଣି । ଦଳର ସାଂଗଠନିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି । କେବଳ ଆଜି ବଡଚଣାରେ ବିଜେଡିର କର୍ମୀ ଦଳ ଛାଡୁ ନାହାନ୍ତି, ଦଳ ନ ଚେତିଲେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ସେ କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ