ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ଜାତୀୟ ମହାକାଶ ବିଜ୍ଞାନ ଦିବସ ପାଳିତ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ଜାତୀୟ ମହାକାଶ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଶ୍ବନାଥ ଖିଲାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡକ୍ଟର ବିଭୂ ପ୍ରସାଦ ତରାଇ ଯୋଗଦେଇ ଯଶ୍ୱସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ବଳିଷ୍ଠ ନେତୃତ୍ବରେ ଦେଶରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ସଫଳତା ଓ ସଂସ୍କାର ଅଣାଯାଇ ଯୁବ ପିଢି ମାନଙ୍କ ଆଗ୍ରହ ପଢାଇବା ଲାଗି ଇସ୍ରୋ ଭାରତୀୟ ମହାକାଶ ହାକାଥନ ଓ ରୋବୋଟିକ୍ସି ଚ୍ୟାଲେଞ୍ଜ ସୃଷ୍ଟି କରିପାରିଛି। ଦେଶରେ ଚନ୍ଦ୍ରାୟନ – ୩ ସଫଳତା ହାସଲ ପରେ ଚନ୍ଦ୍ରାୟନ – ୪ ଉତକ୍ଷେପଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ମହାକାଶ ବିଜ୍ଞାନ ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନେ ଏଥିରେ ନିଜକୁ ସାମିଲ କରି ଏହାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ଉପରେ ଅଧ୍ୟୟନ ଓ ଗବେଷଣାମୂଳକ କାର୍ଯ୍ୟରେ ଦୃଢ ଇଚ୍ଛାଶକ୍ତି ଜାଗ୍ରତ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଜଗତସିଂହପୁର ସାଂସଦ ଡକ୍ଟର ତରାଇ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନବୋଦୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆରକେ ମାଧବ, ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଭାରତୀୟ ମହାକାଶ ବିଜ୍ଞାନ ଓ ଚନ୍ଦ୍ରାୟନର ସଫଳତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦଙ୍କ ପୁରୀ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ବାଇଁ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଈଶ୍ୱର ଚନ୍ଦ୍ର ବେହେରା , କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ , କୋଣାର୍କ ମଣ୍ଡଳ ସଭାପତି ଗୋପିନାଥ ସ୍ବାଇଁ , କୋଣାର୍କ ଏନଏସି ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି , ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାଂସଦ ଙ୍କ ପ୍ରତିନିଧି ରାକେଶ ବିଶ୍ୱାଳ , କାକଟପୁର ବ୍ଳକ ପ୍ରତିନିଧି କୈଳାଶ ନାୟକ , ବନାଖଣ୍ଡି ପଂଚାୟତ ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ , ବାଲିକପିଳେଶ୍ୱର ମଣ୍ଡଳ ସଭାପତି ଦିଲ୍ଲୀପ ପ୍ରଧାନ , ବାଲିଦୋକନ ପୁର୍ବତନ ମଣ୍ଡଳ ସଭାପତି ଭ୍ରମର ଜେନା , ନଟବର ସ୍ଵାଇଁ ଙ୍କ ସମେତ କୋଣାର୍କ ମଣ୍ଡଳ ସୁକାନ୍ତ ନାୟକ, ସୁରେନ୍ ପାଲ , ଗଣେଶ ଚନ୍ଦ୍ର ବେହେରା , ଚନ୍ଦ୍ରମଣି ମଲ୍ଲ , ମନୋଜ ଭାରତୀ , ଦୁର୍ଯ୍ୟଧନ ବରାଳ , ୮ ନଂ କାଉନସିଲର ଦିଲ୍ଲୀପ ଦାସ ସମେତ ବିଜେପିର ଯୁବ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନବୋଦୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।


