ଗୁରୁଡ଼ା ରେ ଗଣେଶ ପୂଜା ଧୁମଧାମରେ ପାଳିତ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ  ଗୁରୁଡା ଗ୍ରାମରେ ବିଭିନ୍ନ ସାହି ଓ ହାଟିଂ ମାନଙ୍କରେ ଗଣେଶ ପୂଜା ଧୁମଧାମରେ  ପାଳନ ହୋଇ ଥିବା ବେଳେ ଗ୍ରାମରେ ଥିବା ଧରଣୀଧର ଉଚ୍ଚ ବିଦ୍ୟାଳୟ  ଓଏମସି  ମଧ୍ୟ ଇଂରାଜୀ ବିଦ୍ୟାୟରେ ମଧ୍ଯ ଗଣେଶ  ପୂଜା ପାଳିତ ହୋଇଛି।  ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ କଳସ ଆଣି ପୂଜା ମଣ୍ଡପରେ ଘଟ ସ୍ଥାପନ କରିଥିଲେ ।  ମଧ୍ୟ ଇଂରାଜୀ ଜବିଦ୍ୟାଳୟ ଶିକ୍ଷକ   ଦୀପକ କୁମାର ପାଣିଗ୍ରାହୀ ସଂକଳ୍ପରେ ବସିଥିଲେ। ଏହି ସଂକଳ୍ପରେ ସହଯୋଗ କରିଥିଲେ ଶିକ୍ଷକ ଲକ୍ଷ୍ମଣ କୁମାର ବେଙ୍ଗରା ଶିକ୍ଷୟତ୍ରୀ  ଗୁଣମଣି ମହାନ୍ତ  ! ଗୁରୁଡା ଶିବମନ୍ଦିର ପୂଜକ ବୁଢ଼ା ନନା ପୂଜାର୍ଚ୍ଚନା କରିଥିଲେ।ବିଦ୍ୟାଳୟର ସମସ୍ତ  ଛାତ୍ର ଛାତ୍ରୀ ପୁଷ୍ପାଞ୍ଜଳି ଦେଇଥିଲେ।ପରେ  ପ୍ରସାଦ ବଣ୍ଟନ କରାଯାଇଥିଲା।ପୂଜାରେ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ  ଲିଲି ପ୍ରଧାନ ଓ ଦାଉଦ୍ ବାଲା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ