ପଦ୍ମପୁର ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ବହୁ ପ୍ରସିଦ୍ଧ ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ ଏବଂ ପୂଜନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅରଡେଇ ନଦୀ କୂଳରୁ ମୂର୍ତ୍ତି ତିଆରି ପାଇଁ ମାଟି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜକ ହୃଦାନନ୍ଦ ମିଶ୍ର ଯଥା ବିଧି ଅନୁସାରେ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ମହାଲକ୍ଷ୍ମୀ ପୂଜା କମିଟି ସଭାପତି ବିଜୟ କୁମାର ସାହୁ, ସମ୍ପାଦକ ପ୍ରବୀଣ କୁମାର ସାହୁ,ସଦସ୍ୟ ,ମହେନ୍ଦ୍ର ସାହୁ, ଦିପୁ ସାହୁ, ଜନ୍ମେଜୟ ସାହୁ, ଗୋଲକ କୁମାର ସାହୁ, ଅଜିତ କୁମାର ସାହୁ,ମନରଞ୍ଜନ ସାହୁ,ଗଣେଶ ସାହୁ,ସୁବୋଧ ସାହୁ,ବାପୁନ ସାହୁ ସଂଜୀବ କୁମାର ସାହୁ,ପ୍ରମୁଖ ଉପସ୍ଥିତ ଥିବା ବେଳେ ନଗର କୀର୍ତ୍ତନର ବାଦ୍ୟ ଯନ୍ତ୍ରର ତଳେ ତଳେ ଗ୍ରାମ ପରିକ୍ରମା କରାଯାଇ ମାଟିକୁ ଲକ୍ଷ୍ମୀ ମଣ୍ଡପରେ ଯଥ ପୁର୍ବକ ପୂଜା ଅର୍ଚ୍ଚନା କରଯାଇଛି।


