ଗଣେଶ ପୂଜା ଭସାଣି ବୈଠକ
ବାଲେଶ୍ବର(ସରାେଜ ପଣ୍ଡା): ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଏହି ଗଣେଶ ପୂଜାର ଭସାଣି କାର୍ଯ୍ୟକ୍ରମରେ କୌଣସି ଡି ଜେ ବାଜିବ ନାହିଁ ଏବଂ ଯେଉଁ ଡି ଜେ ମାଲିକ ,ମଣ୍ଡପ ଅବା କ୍ଲବ ଏହି ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ଏବଂ ଡି ଜେ ଗାଡ଼ି ଓ ମାଇକ ଓ ଅନ୍ୟାନ୍ୟ ଉପକରଣ ସିଜ୍ କରାଯିବ ଏବଂ ସେ ସଂସ୍ଥା କୁ ବ୍ଲାକଲିଷ୍ଟ କରାଯିବ।