ମହିଳା କମିଶନ ଅଧ୍ୟକ୍ଷାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କୁ ହାଟଡିହି ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଛି। ସେ କେନ୍ଦୁଝର ଗ୍ରସ୍ତରେ ଯାଇ ଫେରିବା ବାଟରେ ହାଟଡିହି ବ୍ଲକଛକ ଠାରେ ପୁର୍ବତନ ଜିଲ୍ଲାପରିଷଦ ଟିକି କିସ୍କୁ, ତୃପ୍ତିମୟୀ ଜେନା, ମିନତୀ ଧଳ ମହାପାତ୍ର, ସଂଜୁଲତା ମଲ୍ଲିକ, ଦୀପ୍ତି ଖୁଣ୍ଟିଆଙ୍କ ସମେତ ଶତାଧିକ ମହିଳା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ମହିଳାଙ୍କ ପ୍ରତି ସମର୍ପିତ ଓ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବେ। ଯେପରି ଏନ ଏ ଆର ଆଇ ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ମହିଳା ସୁରକ୍ଷିତ ବୋଲି ରିପୋର୍ଟ କରିଛି, ଆଉ ଅଳ୍ପ ଦିନ ଭିତରେ ଅନେକ ସହର ମହିଳା ସୁରକ୍ଷାରେ ସାମିଲ ହେବ ବୋଲି ଦୃଢ଼ ନିଶ୍ଚିତ ବୋଲି କହିଛନ୍ତି। ମହିଳା ମାନେ ସ୍ଵୟଂସିଦ୍ଧା, ଶକ୍ତି ସ୍ୱରୁପିଣି ସେମାନେ ଅବଳା ନୁହଁନ୍ତି ଏବଂ ସେମାନେ ନିଜକୁ କେବେ ଦୂର୍ବଳ ଭାବିବା ଠିକ୍ ନୁହେଁ। ବର୍ତ୍ତମାନ ଯେଉଁ ଆତ୍ମହତ୍ୟାର ଟ୍ରେଣ୍ଡ ଚାଲିଛି ତାହା ଅତିଶିଘ୍ର ବନ୍ଦ ହୋଇଯିବ ବୋଲି କହିଛନ୍ତି। ଏହି ଅବସରରେ ସେ ଉପସ୍ଥିତ ମହିଳାଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହର ମୋହନ ଶାସିନି, ଯୁଧିଷ୍ଠିର ମଲ୍ଲିକ, ଶୁଶାନ୍ତ ଜେନା, ଟୁକୁନା ମହାନ୍ତ, ଦୀପକ ଜେନା, ବିଜୟ ଜେନା, ସୁନୀଲ ମହାନ୍ତି, ଦଶରଥ ଜେନା, ଶଶିକାନ୍ତ ରାଉତ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।


