ସୋସୋ ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ, ଯୋଗଦେଲେ ଶତାଧିକ ମହିଳା

ହାଟଡିହି (ଓ୍ବାଇଏନଏସ): ସୋସୋ  ପଞ୍ଚାୟତରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅନେକ ମହିଳା ବିକେପିରେ ଯୋଗଦେଇଛନ୍ତି । ବିଶ୍ୱରଂଜନ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ସୁଲୋଚନା ପାଣିଗ୍ରାହୀ, ଚନ୍ଦନା ପରିଡା, ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ମହାପାତ୍ର, ଅକ୍ଷୟ ବେହେରା,  ରଶ୍ମୀ କଟୁଆଳ, ରଞ୍ଜୁଲତା ବେହେରା, ମଞ୍ଜୁଲତା ସାମଲ, ସଂଯୁଲତା ବେହେରା, ରତ୍ନମଣି ମାଝୀ, କଳ୍ପନା ରାଉତ, ରିତାଲୀ ଜେନା, ରାଧାରାଣୀ ବିଶ୍ଵାଳ, ଆଲଫା ବିଶ୍ଵାଳ, ରୁନି ବେହେରା, ଶର୍ମିଷ୍ଠା ଧଳ ପ୍ରମୁଖ ଶତାଧିକ ବ୍ୟକ୍ତି ବଜେପିରେ ସାମିଲ ହେଲେ । ଆନନ୍ଦପୁର ବିଜେପି ନେତା ଆଲୋକ ସେଠି,  ବାଲିବରେଇ ମଣ୍ଡଳ ସଭାପତି ଟିକି କିସ୍କୁ,   ବରିଷ୍ଠ ବିଜେପି ନେତା ବୈଲୋଚନ ନାୟକ, ଗଙ୍ଗାଧର ରାଉତ, ବିଶ୍ୱନାଥ ଖମାରି, ପ୍ରମୁଖ ନବାଗତ ମାନଙ୍କୁ  ଦଳୀୟ ଟୋପି ଓ ଉତ୍ତରୀୟ  ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ!

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ