ବରାଙ୍ଗ ସ୍କୁଲ ସମ୍ମୁଖରେ ଆଣ୍ଠୁଏ ପାଣି, ସ୍କୁଲକୁ ଯିବାରେ ବଞ୍ଚିତ ଛାତ୍ରଛାତ୍ରୀ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସମଣା ପଞ୍ଚାୟତ ବରାଙ୍ଗ ସ୍କୁଲ ସମ୍ମୁଖରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ସ୍କୁଲକୁ ଯିବାରେ ଛାତ୍ରଛାତ୍ରୀ ମାନେ ବଞ୍ଚିତ ହେଉଛନ୍ତି। ରାସ୍ତା କଡ଼ରେ ଥିବା ଏହି ସ୍କୁଲ ସମ୍ମୁଖ ଖାଲୁଆ ହୋଇଯାଇ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନି। ଏପରିକି ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବାରେ ମଧ୍ଯ ପିଲାମାନେ ନାନା ଅସୁବିଧା ଭୋଗୁଛନ୍ତି। ଲଗାତାର ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରର ଏପରି ଅଵସ୍ଥା ଦେଖି ସ୍କୁଲ ଯିବାକୁ ରାଜି ହେଉ ନାହାନ୍ତି। ଯେଉଁ କିଛି ଆସୁଛନ୍ତି ସେମାନେ ଏହି ପାଣିରେ ପସି ଶ୍ରେଣୀ ଗୃହକୁ ଯାଉଛନ୍ତି। ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ