•ଇଂଜିନିୟରିଂ ଛାତ୍ରର ସନ୍ଦେହ ଜନକ ମୃତ୍ୟୁ ଘଟଣା: ରାଷ୍ଟ୍ରପତିଙ୍କୁ ଗୁହାରୀ କଲେ ପରିବାର ଲୋକେ

ହାଟଡିହି (ଓ୍ବାଇଏନଏସ) ଢେଙ୍କାନାଳ ସହର ଉପକଣ୍ଠ ଗୋବିନ୍ଦପୁରସ୍ଥିତ ଏକ ଘରୋଇ  ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକଟ କରି ଏହାକୁ ଏକ ଯୋଜନାବଧ ହତ୍ୟାକାଣ୍ଡ ବୋଲି ଥାନାରେ ଢେଙ୍କାନାଳ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଘଟଣାର ୭ମାସ ପରେବି ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ପରିବାର ଲୋକେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିବା ପରେ କିଛି ସୁଫଳ ନ ମିଳିବାରୁ ଏବେ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରିଛନ୍ତି।  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ଆଲୋକ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତାଙ୍କ ମେଧାବୀ ପୁଅ ପ୍ରୀତିପ୍ରଭୁ ପଟ୍ଟନାୟକ(୧୭)କୁ ଇଞ୍ଜିନିୟର କରାଇବା ଆଶା ନେଇ ବାଜି ରାଉତ ଇଂଜିନିୟରିଂ କଲେଜରେ ପଢ଼ାଉଥିଲେ। ଡିପ୍ଲୋମା ଦ୍ୱିତୀୟ ବର୍ଷର ଛାତ୍ର ଥିବା ପ୍ରୀତିପ୍ରଭୁ  ଜଣେ ଅତ୍ୟନ୍ତ ଶାନ୍ତ ସରଳ ସ୍ୱଭାବର ଛାତ୍ର ଥିଲେ। ଗତ ମାର୍ଚ୍ଚ ୨ତାରିଖ ଦିନ ଆଲୋକଙ୍କ ବଡ଼ଭାଇ କୌଣସି ସୂତ୍ରରୁ ପ୍ରୀତିପ୍ରଭୁ ମୃତ୍ୟୁବରଣ କରିଥିବା ଖବର ପାଇ ଆଲୋକକୁ ଜଣାଇଥିଲେ। କଲେଜ ପକ୍ଷରୁ କୌଣସି ସୁଚନା ମିଳିନଥିବାରୁ ସତ୍ୟାସତ୍ୟ ଉପରେ ସନ୍ଦେହ କରିଥିଲେ। ତଥାପି ପରିବାର ଲୋକେ ଓ କିଛି ଗ୍ରାମବାସୀ ସଙ୍ଗେ ସଙ୍ଗେ ଢେଙ୍କାନାଳ ସ୍ଥିତ ବାଜିରାଉତ କଲେଜକୁ ଯାଇଥିଲେ। ମେଡ଼ିକାଲରେ ଶବ ରଖାଯାଇଥିବା ଜାଣିବା ପରେ ଡ଼ାକ୍ତରଖାନାରେ ପହଞ୍ଚିବା ବେଳକୁ ସେଠାରେ କଲେଜର କାହାକୁ ପାଇନଥିଲେ। ମୃତଦେହ ବ୍ୟବଚ୍ଛେଦ ଗୃହରେ ଥିବା ଦେଖିବାକୁ ପାଇଥିଲେ। ଶୁଣିଥିଲେ ଯେ ପୋଖରୀରେ ବୁଡ଼ିଯାଇ ପ୍ରୀତିପ୍ରଭୁର ମୃତ୍ୟୁ ଘଟିଛି। କିନ୍ତୁ ପ୍ରୀତିପ୍ରଭୁ ଭଲଭାବେ ପହଁରା ଜାଣିଥିବା ବେଳେ ଏକ ପୋଖରୀରେ କିପରି ବୁଡିଗଲା ତାହାକୁ ନେଇ ସନ୍ଦେହ ଉପୁଜିଥିଲା। ତେବେ ପୋଖରୀରୁ କିଏ ଉଦ୍ଧାର କଲା, କିଏ ତାକୁ ଡାକ୍ତରଖାନା ପର୍ଯ୍ୟନ୍ତ ନେଲା ସେନେଇ ମଧ୍ଯ କେହି ମୁହଁ ଖୋଲିଲେ ନାହିଁ। ଅନ୍ୟ ପକ୍ଷରେ ଯଦି ପୁଅ ପୋଖରୀରେ ବୁଡିଗଲା କଲେଜ କର୍ତୃପକ୍ଷ କାହିକି ପରିବାର ଲୋକଙ୍କୁ ସୁଚନା ନଦେଲେ, ଡ଼ାକ୍ତରଖାନାରେ ଶବଟି ପଡ଼ି ରହିଥିବା ବେଳେ କଲେଜ କର୍ତୃପକ୍ଷ କାହିକି ସେଠାରେ ଜଣେ ହେଲେବି ନଥିଲେ, ସେତେବେଳେ କଲେଜ ଅଧ୍ୟକ୍ଷ ଓ ମାଲିକଙ୍କ ମୋବାଇଲ୍ କାହିକି ସୁଇଜ ଅଫ କରିଦେଲେ ଏପରି ନାନା ପ୍ରଶ୍ନ କରିଥିଲେ ଆଲୋକ ଓ ତାଙ୍କ ପତ୍ନୀ। ଏପରିକି କଲେଜ କର୍ତୁପକ୍ଷ ୩ତାରିଖ ଦିନ ପ୍ରୀତିପ୍ରଭୁର ମୋବାଇଲ୍ ଟି ଫେରାଇବା ବେଳେ ସବୁ ଫଟୋ ଓ ମୋବାଇଲ ରେ ଥିବା ସମସ୍ତ ତଥ୍ୟ ଡିଲିଟ କରିଦେବା ସନ୍ଦେହକୁ ଦ୍ୱିଗୁଣିତ କରିଥିଲା । ଏପରିକି ଘଟଣାର ପରଦିନ ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସାଙ୍ଗରେ ୫ଜଣ ପିଲା ଗେଟ ଡେଇଁ ଗାଧୋଇବାକୁ ପଳାଇଥିଲେ ବୋଲି ଅଧ୍ୟକ୍ଷ ପୁଲିସକୁ କହିବା ପରେ ଅନ୍ୟ ଛାତ୍ର କେହି ସମ୍ମୁଖକୁ ଆସି ନଥିଲେ। ଯଦି ଅନ୍ୟ ସାଙ୍ଗମାନଙ୍କ ସହିତ ଗାଧୋଇବାକୁ ଯାଇଥିଲା ସାଙ୍ଗମାନେ କଣ ପ୍ରୀତିପ୍ରଭୁ ବୁଡିଯିବା ଜାଣି ପାରିଲେନି କିପରି ବୋଲି ପ୍ରିତିପ୍ରଭୂର ମା ପ୍ରଶ୍ନ କରିଛନ୍ତି।

କଲେଜ୍ ରେ ଛାଡ଼ିବା ବେଳେ କେତେକଣ ପ୍ରତିଶ୍ରୁତି ଦେଇଥିଲେ କଲେଜ କର୍ତୁପକ୍ଷ। ବାହାରକୁ ନ ଛାଡ଼ିବାକୁ ଅନୁରୋଧ ମଧ୍ଯ କରିଥିଲି। କିନ୍ତୁ ମୋ ପୁଅ ବାହାରକୁ ଗଲା କିପରି। ତେଣୁ ମୋ ପୁଅକୁ କୌଣସି କାରଣକୁ ନେଇ ହତ୍ୟାକରି ପୋଖରୀରେ ଫୋପାଡି ଦେଇଥିବା ଅଭିଯୋଗ କରିଥିଲେ। କିନ୍ତୁ ୭ମାସ ଅତିକ୍ରମ କରିବା ପରେ ମଧ୍ଯ ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଗଲା ନାହିଁ। ଥାନାରେ ହୋଇଥିବା ଅଭିଯୋଗର ତଦନ୍ତ କେତେବାଟ ଗଲା ତାହା ମଧ୍ଯ ତାଙ୍କୁ ଜଣାଗଲା ନାହିଁ। ଏନେଇ ବାପା ଆଲୋକ ମୂଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବା ପରେ କେବଳ ତାଙ୍କ ପାଖକୁ ପୋଲିସ୍ ତଦନ୍ତର ଏକ କପି ଆସିଛି। ତେଣୁ ସେ ବାଧ୍ୟ ହୋଇ ଭାରତର ମହାମହିମ୍ ରାଷ୍ଟ୍ରପତିଙ୍କୁ ନ୍ୟାୟ ଭିକ୍ଷା ପାଇଁ ନିବେଦନ କରିଛନ୍ତି। ଯଦି କୌଣସି ଆଡୁ ନ୍ୟାୟ ନମିଳେ ତେବେ ବାପା ଓ ମାଆ ଦୁହେଁ ଢେଙ୍କାନାଳ ସ୍ଥିତ ସେହି ବାଜି ରାଉତ ଇଂଜିନିୟରିଂ କଲେଜ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ