ବିକାଶ ପଥେ ଅକରୂଆ ପଞ୍ଚାୟତ : ଆଦର୍ଶ ପଞ୍ଚାୟତ ମନ୍ୟତାକୁ ଅପେକ୍ଷା
ହାଟଡିହି (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଅକରୁଆ ପଞ୍ଚାୟତ। ପଞ୍ଚାୟତଟି ୨୦୦୧ମସିହାରେ ଗଠନ ହୋଇଥଲା। ଏହାର ଲୋକସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୫୦୭୩ ହୋଇଥିବା ବେଳେ ଏଠାରେ ଅନୁସୂଚିତ ଜାତି ସଂଖ୍ୟା ୬୦.୬୩ ହୋଇଥିବା ବେଳେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ବହୁତ କମ। ଏହା ୬ଟି ଗ୍ରାମ ତଥା ୧୨ଟି ୱାର୍ଡକୁ ନେଇ ଗଠିତ। ପଞ୍ଚାୟତଟି ବହୁ ଅବହେଳିତ ଅବସ୍ଥାରେ ଥିବାବେଳେ ୨୦୨୨ ପରଠାରୁ ଏଥିରେ ପରିବର୍ତ୍ତନ ଘଟୁଛି। ପଞ୍ଚାୟତ କାର୍ଯ୍ୟଳୟଟି ପରିତ୍ୟକ୍ତ ହୋଇ ପଡ଼ି ରହିଥିବା ବେଳେ ୱାର୍ଡ ସଭ୍ୟ ସଭ୍ୟାଙ୍କ ସଭା ପାଇଁ ବସିବାକୁ ଉପଯୁକ୍ତ ପରିବେଶ ନଥିଲା। ଏବେ ସରପଞ୍ଚ ହେମଲତା ବେହେରାଙ୍କ ଉଦ୍ୟମରେ ଏବେ ପଞ୍ଚାୟତକୁ ସୋନ୍ଦର୍ଯ୍ୟ କରଣ କରାଯାଇଛି। ଉତ୍ତମ ପରିବେଶ ସାଙ୍ଗକୁ ଶୌଚାଳୟ, ଥଣ୍ଡା ପାନୀୟ ଜଳ, ଶୀତତାପ ନିୟନ୍ତ୍ରିତ କକ୍ଷ ଓ ସଭାଗୃହ, ସରପଞ୍ଚ, ପିଇଓ, ଏଡିଓଙ୍କ କାର୍ଯ୍ୟଳୟ ସମେତ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ଯ ସୌନ୍ଦର୍ଯ୍ୟ କରଣ କରଯାଇଛି। କାର୍ଯ୍ୟଳୟ ସମ୍ମୁଖରେ ପାର୍କ, ସାଇକେଲ, ବାଇକ୍ ରଖିବା ପାଇଁ ଷ୍ଟାଣ୍ଡର ବ୍ୟବସ୍ଥା କରାଯିବା ସହିତ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରଯାଇଛି। ବିଭିନ୍ନ ପ୍ରକାରର ଗଛ ଲଗାଯାଇ ଏକ ସୁନ୍ଦର ପ୍ରାକୃତିକ ପରିବେଶ ସୃଷ୍ଟି କରାଯାଇଛି। କାର୍ଯ୍ୟାଳୟ ପରିସରରେ ଏଲ ଇ ଡି ଲଗାଯାଇ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଟେଲିକଷ୍ଟ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା ହୋଇଛି। ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ୱାର୍ଡ ସଭ୍ୟ ସଭ୍ୟା ଓ ପଞ୍ଚାୟତ ବାସୀ। ଖାଲି ସେତିକି ନୁହେଁ ପଞ୍ଚାୟତର ଦୁଇଟି ଗ୍ରାମ ଆବାସ ଯୋଜନା ରୁ ବାଦ ପଡ଼ିଥିବା ବେଳେ ସରପଞ୍ଚଙ୍କ ଉଦ୍ୟମରେ ଦୁଇଟି ଯାକ ଗ୍ରାମକୁ ସାମିଲ କରାଯାଇ ପାରିଛି। ଏଥି ମଧ୍ୟରେ ୬୯୮ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିବା ବେଳେ ୧୨୧୨ଜଣ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ରେଶନ ସାମଗ୍ରୀ, ୧୦୬ଜଣଙ୍କୁ ଅନ୍ତୋର୍ଦୟ ଯୋଜନାରେ ଚାଉଳ ଓ ୬ଜଣଙ୍କୁ ରାଜ୍ୟ ଯୋଜନାରେ ସାମିଲ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଦଧିବାମନପୂର, ଆମ୍ବଗଡିଆ ଓ ଅକରୁଆ ଗ୍ରାମକୁ ସାମିଲ୍ କରାଯାଇ ୨୦ଲକ୍ଷ ଟଙ୍କାର ରାସ୍ତା କାମ, ଆମ୍ବଗାଡ଼ିଆ ରେ ୨୮ଟି ସୋଲାର ଲାଇଟ୍ , ସ୍କୁଲ ମାନଙ୍କୁ ରାସ୍ତା, ପାନୀୟ ଜଳ, ଥଣ୍ଡା ପାଣି ପାଇଁ ଫ୍ରିଜର ଆଦିର ବ୍ୟବସ୍ଥା କରଯାଇଥିବା ବେଳେ ପଞ୍ଚାୟତରେ ଥିବା ଅଙ୍ଗନବାଡି ଗୁଡ଼ିକ ପାଇଁ ପାଇଖାନା, ପାନୀୟ ଜଳ ଓ ଭାତକରୁଆରୁ ଅକରୁଆ ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ନିର୍ମାଣ କରଯାଇଛି ବୋଲି ସରପଞ୍ଚ ହେମଲତା ବେହେରା କହିଛନ୍ତି। ଆହୁରି ଅନେକ ବିକାଶ ମୂଳକ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।