ଗଞ୍ଜେଇ ଚୋରା ଚାଲାଣ : ଯୁବକ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଦାରିଦ୍ରତା ଓ ଅର୍ଥାଭାବ ଯୋଗୁଁ ଭଉଣୀ ବାହାଘର ହୋଇପାରୁନଥିଲା. ତେଣୁ  ଯେକୌଣସି ପ୍ରକାରେ ଭଉଣୀର ବାହାଘର କରିବା ପାଇଁ ଗଞ୍ଜେଇ ଚୋରା ଚାଲାଣ କରି ଅର୍ଥ ଉପାର୍ଜନ ପାଇଁ ଉଦ୍ୟମ କରିଥିବା ଜଣେ ଯୁବକ ଗିରଫ ହୋଇଛି. ଏବଂ ଭଉଣୀର ବାହାଘର ସ୍ବପ୍ନ ଅଧୁରା ରହି ଯାଇଛି. ଏହି ଯୁବକ ଜଣକ ଗଜପତିରୁ କେରଳକୁ ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ କରୁଥିବାବେଳେ ଗିରଫ ହୋଇଛନ୍ତି. ଯଦ୍ୱାରା ଭଉଣୀର ବାହାଘର ସ୍ବପ୍ନ ଅଧୁରା ରହିଯାଇଛି. ଏହି ଯୁବକ ଜଣକ ବସ୍‌କୁ ଅପେକ୍ଷା କରିଥିବା ସମୟରେ ଗଞ୍ଜେଇ ସହ ଯୁବକଙ୍କୁ ମାଡ଼ି ବସିଲା ମୋହନା ଅବକାରୀ ବିଭାଗ। ବୁଧବାର ସକାଳେ ମୋହନା ଅବକାରୀ ବିଭାଗ ପାଟ୍ରୋଲିଂ କରିବା ସମୟରେ ଗୁଣ୍ଡିମା ଗାଁ ନିକଟରେ ଜଣେ ସନ୍ଦିଗ୍ଧ ଯୁବକକୁ ଦେଖୁଥିଲେ । ଯୁବକଙ୍କ ପାଖରେ ଥିବା ବ୍ୟାଗକୁ ତାଲାସୀ ବେଳେ ୧୦ କିଲୋ ଗଞ୍ଜେଇ ବାହାରିଥିଲା। ପରେ ଅବକାରୀ ବିଭାଗ ଯୁବକକୁ ଗିରଫ କରିଥିଲା I ଯୁବକ ଜଣଙ୍କ ହେଲେ କେରଳ କାଲିକୋଟ୍ ଅଞ୍ଚଳର ମିହାର୍ଷା ପି.ପି I ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି. ଗତକାଲି ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି | ଯୁବକ ଜଣଙ୍କ ନିଜ ଭଉଣୀର ବାହାଘର ପାଇଁ ମାତ୍ର ଦଶ ହଜାର ଟଙ୍କା ଆବଶ୍ୟକ ଥିବାରୁ ଗଞ୍ଜେଇ ଚାଲାଣ କରିବା ପାଇଁ ଓଡ଼ିଶା ଆସିଥିଲା ବୋଲି ଅବକାରୀ ବିଭାଗକୁ ସୂଚନା ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ