ସିଏସ୍ଓ କାର୍ଯ୍ୟାଳୟ ଘେରିଲେ ଚାଷୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ବ୍ଲକର ପାଲଙ୍ଗ ପଂଚାୟତର ଚାଷୀ ମାନେ ଧାନ ବିକ୍ରି ନିମନ୍ତେ ଜିଲ୍ଲାର ବିଭିନ୍ନ ପଂଚାୟତ ରେ ଧାନ ମଣ୍ଡି ଖୋଲାଯାଇନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଧାନ ମଣ୍ଡି ଖୋଲିବା ନିମନ୍ତେ ଚାଷୀ ମାନଙ୍କ ତରଫରୁ କିଛି ଦିନ ଧରି ଦାବୀ ହୋଇଆସୁଥିଲେ ମଧ୍ୟ କୈାଣସି ଧାନ ମଣ୍ଡି ଖୋଲାଯାଇ ନଥିବାରୁ ଶୁକ୍ରବାର ଶହ ଶହ ଚାଷୀ ଶୁକ୍ରବାର ସିଏସ୍ଓ କାର୍ଯ୍ୟାଳୟ ଘେରାଉ କରି ତୁରନ୍ତ ଧାନ ମଣ୍ଡି ଖୋଲିବା ନିମନ୍ତେ ଦାବୀ କରିଛନ୍ତି । ଅମଳ କରିଥିବା ଚାଷୀର ଧାନକୂୁ ବାରହା ଓ ହାତୀ , ହରିଣ, ଆଦି ଚାଷୀର ଧାନ କୁ ନଷ୍ଟ କରୁଛି । ପାଲଙ୍ଗ ପଂଚାୟତର ଚାଷୀମାନଙ୍କ ଧାନ ଏପର୍ଯ୍ୟନ୍ତ କିଣା ଯାଇନାହିଁ ଏବଂ ସମସ୍ତ ଧାନ ବିଲରେ ପଡିରହିଛି । ଯାହାଫଳରେ ସମସ୍ତେ ଭୟରେ ରହିଛନ୍ତି । ଏହାସହ ପାଂୟତରେ ଏସଏଚ୍ଜି ମାଧ୍ୟମରେ ଚାଷୀମାନଙ୍କ ଧାନ କ୍ରୟ ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ଟେକ୍ କରାଯାଇଛି । ତାହାକୁ ସେମାନେ ବିରୋଧ କରିଥିଲେ ପୂର୍ବରୁ ଯେପରି ସୋସାଇଟି ସେକ୍ରେଟାରୀ ମାଧ୍ୟମରେ ଧାନ କିଣାଯାଉଥିଲା ସେପରି ଚାଷୀମାନଙ୍କ କିଣାଯାଉ । ନଚେତ ଆଗାମୀ ଦିନରେ ବଡଧରଣ ଆନ୍ଦୋଳନ ହେବ ବୋଲି ଚେତବାନୀ ଦେଇଥିଲେ । ସେହିପରି ଚାଷୀମାନେ ଜିଲ୍ଲାମିସନ ଶକ୍ତି କାର୍ଯ୍ୟାଳୟ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଗଂଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଆସିଷ୍ଟାଣ୍ଡ କଲେକ୍ଟର ଲିଲନ ସାହୁଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ସେହିପରି ବେଗୁନିଆପଡା ବ୍ଲକର ଆଇ ବେଲପଡା, ବୁରୁଝୁରୁ ଓ କନ୍ଧ ରାଣୀଘାଟ ଏବଂ ପୁରୁଷୋତମପୁର ବ୍ଲକର ମଧ୍ୟ ବିଭିନ୍ନ ସୋସାଇଟି ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନାହିଁ । ତେଣୁ ତୁରନ୍ତ ଧାନ ମଣ୍ଡି ଖୋଲିବା ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲ।। ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଉପଦେଷ୍ଟା ସୀତାରାମ ପାଣିଗ୍ରାହୀ, ସଂପାଦକ ସୀମାଚଂଳନାହାକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।
ଋିପୋର୍ଟ : ଦେବଦତ୍ତ ମହାରଣା