ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପୂଜ୍ୟପୂଜା ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ନେଇ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨ୟ ପର୍ଯ୍ୟାୟରେ ଟିଲୋ ଗ୍ରାମର ସୁଜିତ୍ ସ୍ୱାଇଁ ଓ ସତ୍ୟଜିତ୍ ସ୍ୱାଇଁଙ୍କ ପ୍ରଯୋଜନାରେ ତାଙ୍କ ପିତାଙ୍କ ଉଦ୍ଦେଶ୍ୟରେ ସୁରରାଜ ମୋହନ ପୂଜ୍ୟପୂଜା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ସେକ୍ ଜଲାଲଉଦ୍ଦୀନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି, ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶାଳବଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନରହରି ଜେନା ଅତିଥି ପରିଚୟ, ଉତ୍ତେଶ୍ୟ ଜ୍ଞାପନ ଏବଂ ଶିକ୍ଷକ ହେମନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମ୍ବର୍ଦ୍ଧିତ ପ୍ରତିଭା ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶୀ ଶେଖର କରଶର୍ମା, ଅବସରପ୍ରାପ୍ତ ଶିକ୍ଷକ ମନମୋହନ ଆଚାର୍ଯ୍ୟ, ଗଣେଶ୍ୱର ପଣ୍ଡା, ଲିଙ୍ଗରାଜ ସ୍ୱାଇଁ, ହୃଦାନନ୍ଦ ସାମଲ, ଭାସ୍କର ଚନ୍ଦ୍ର ପରିଡା, ଭାସ୍କର ଚନ୍ଦ୍ର ପାଢୀ, କୃଷ୍ଣ ଚନ୍ଦ୍ର ମହାକୁଡ, ନାରାୟଣ ଚନ୍ଦ୍ର ସାମଲ, ସେକ୍ ଅବଦୁଲ ସଲିମ, ନବ କୁମାର ଲେଙ୍କାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅତିଥି ମାନେ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଜାହାରୁଦ୍ଦୀନ ସାହାଜୀ, ଅରୁଣ କୁମାର ବାରିକ, ରମାକାନ୍ତ ଜେନା, ପ୍ରଫୁଲ୍ଲ ଜେନା, ସେକ୍ ସାବୀର, ଜଗନ୍ନାଥ ଦ୍ୱିବେଦୀ, ସେକ୍ ରିହାଜ ଅଲ୍ଲୀ, କର୍ମଚାରୀ ବୁଦ୍ଧିରାମ ସାହୁ, ଶରତ ସାହୁ, ନେଜାମୁଦ୍ଦୀନ ଖାଁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ