ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ଗଠିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ର ପ୍ରସ୍ତୁତି ବୈଠକ ସ୍ଥାନୀୟ ମା ‘ ଗ୍ରାମଦେବତୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରତିବର୍ଷ ଭଳି ଚଳିତବର୍ଷ ମା ‘ ପୂଜା ମହୋତ୍ସବ ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀ ତିଥି ରୁ ଖୁବ୍ ଧୁମ୍ ଧାମ ରେ ପାଳନ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା।ପୂଜା ମହୋତ୍ସବ ପରିଚାଳନା ନିମନ୍ତେ ନୂତନ କମିଟି ଗଠନ କରାଯାଇଥିଲା। କମିଟି ଉପଦେଷ୍ଟା ଭାବେ ସଂଗ୍ରାମ କେଶରୀ ରଥ ଓ ଅଶୋକ କୁମାର ନନ୍ଦ ଙ୍କୁ ଚୟନ କରାଯାଇଥିଲା। ସେହିଭଳି ସଭାପତି ଭାବେ ଅଳକ ନାଥ ମିଶ୍ର ଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ସୁଦର୍ଶନ ଗୌଡ଼,ସମ୍ପାଦକ ସୁଧାକର ସାହୁ,ସହ ସମ୍ପାଦକ ଅଜିତ କୁମାର ନନ୍ଦ ଏବଂ କୋଷାଧ୍ୟକ୍ଷ ଭାବେ ପି.ଦୁଷ୍ମନ୍ତ କୁମାର ଦୋରା ଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି। ଉଦୟ ନାଥ ସାମନ୍ତ, ହରିକୃଷ୍ଣ ଗୌଡ଼, ଜେ. ମିଟୁ ରାଓ,ସୁରେଶ କୁମାର ସାହୁ,ଅରୁଣ କୁମାର ପ୍ରଧାନ,ସୁବାସ ପାଣିଗ୍ରାହୀ,ବାବୁଲା ରେଡ୍ଡୀ, ଏ. ବଦ୍ରି ରାଓ,ଚନ୍ଦନ କୁମାର ସାହୁ, ସୁଦୁରୁ ଗୌଡ଼, ଗୌରୀ ଶଙ୍କର ସାହୁ ପ୍ରମୁଖ ବହୁ ସଂଖ୍ୟକ ବ୍ୟବସାୟୀ ବୈଠକରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


