ନାଉଗାଁ ପଂଚାୟତ ସମିତିର ଅଷ୍ଟମ ଅଧିବେଶନ ଅନୁଷ୍ଠିତ

ନାଉଗାଁ,:ଜଗତସିଂହପୁର ଜିଲ୍ଲା ନାଉଗାଁ ପଂଚାୟତ ସମିତିର ଅଷ୍ଟମ ଅଧିବେଶନ ଶୁକ୍ରବାର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା, ତହସିଲଦାର ଅକ୍ଷୟ କୁମାର ବଡୁ, ସାଂସଦଙ୍କ ପ୍ରତିନିଧି ଲଲାଟେନ୍ଦୁ ପରିଡା, ଏବିଡିଓ ଦିନେଶ ରାୟ ଆଦି ଉପସ୍ଥିତ ଥିଲେ। ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ଦିନେଶ ରାୟ ଅଧିବେଶନକୁ ପରିଚାଳନା କରିଥିଲେ। ଅଧିବେଶନ ଆରମ୍ଭରୁ ଡାବର ପଂଚାୟତର ସମିତି ସଭ୍ୟ ସୁବଳ ବେହେରା ପୂର୍ବ ଅଧିବେଶନରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଦାବି ଉପସ୍ଥାପନ କରାଯାଇଥିଲା।ତାହାର କୌଣସି କାର୍ଯ୍ୟକାରୀ ହେଉନାହିଁ। ତେଣୁ ଆମ୍ଭେ ପଂଚାୟତ ପ୍ରତିନିଧିମାନେ ଅଧିବେଶନରେ ଯୋଗ ଦେବୁ ନାହିଁ ବୋଲି କହିଥିଲେ। ଉକ୍ତ ପ୍ରସଙ୍ଗ ଉପରେ ଏବିଡିଓ ଦିନେଶ ରାୟ ସମସ୍ତ ଦାବି ଗୁଡିକ ଉପରେ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇ କାର୍ଯ୍ୟକାରୀ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ପଂଚାୟତ ପ୍ରତିନିଧିମାନେ ଅଧିବେଶନରେ ଯୋଗ ଦେଇଥିଲେ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରକଳ୍ପ ଗୁଡିକ ଅନୁମୋଦନ ହୋଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବାର କାରଣ ପଂଚାୟତ ପତିନିଧିମାନେ ଅଧିବେଶନରେ ପ୍ରଶ୍ନ କରିଥିଲେ। ବ୍ଲକରେ ଆବଶ୍ୟକ ମୁତାବକ କନିଷ୍ଠ ଯନ୍ତ୍ରୀ ନ ଥିବା ହେତୁ କାର୍ଯ୍ୟରେ ବିଳମ୍ବ ହେଉଥିଲା। ବର୍ତମାନ ସେହି ସମସ୍ୟା ନାହିଁ ତୁରନ୍ତ ଅନୁମୋଦନ ହୋଇଥିବା ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେବ ବୋଲି ଏବିଡିଓ ରାୟ କହିଥିଲେ। ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କ ପ୍ରସବ ପରେ ମା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବେଡ ବ୍ୟବସ୍ଥା ରହିଛି କି ନାହିଁ ଘୋଡାଂଶ ପଂଚାୟତର ସମିତି ସଭ୍ୟ ତରୁଣାକାନ୍ତ ବାରିକ ପ୍ରଶ୍ନ କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା ନଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ କହିଥିଲେ।ସ୍ୱାସ୍ଥ୍ୟ କେନ୍ଦ୍ରରେ ଗାଁ କଲ୍ୟାଣ ସମିତି ବୈଠକ ପାଇଁ ନିଯୁକ୍ତ ହୋଇଥିବା ସଦସ୍ୟମାନେ କାହା ପ୍ରସ୍ତାବରେ ରହିଛନ୍ତି ବୋଲି ସମିତି ସଭ୍ୟ ବାରିକ ପଚାରିଥିଲେ। ଗାଁ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ବିଧାୟକଙ୍କ ଅନୁମୋଦନରେ ସଦସ୍ୟମାନେ ନିଯୁକ୍ତ ହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ କହିଥିଲେ। ସେହିପରି ପାନୀୟ ଜଳ ଯୋଗାଇବା ପାଇଁ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ହେତୁ ସେଥିରୁ ପାଣି ଲିକେଜ୍ ହେଉଥିବା ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା ପ୍ରଶ୍ନ କରିଥିଲେ। ୟୁରିଆ ସାର ଚାଷୀଙ୍କୁ ରିହାତି ଦରରେ ମିଳୁ ନଥିବା ବେଳେ କଳା ବଜାର ମିଳୁଥିବା ଉପସ୍ଥିତ ପଂଚାୟତ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ବ୍ଲକର ଦୁଇଟି ସେବା ସମବାୟ ସମିତିକୁ ୟୁରିଆ ସାର ଯୋଗାଇ ଦିଆଯାଇଛି। ଅନ୍ୟ ୪ଟି ସେବା ସମବାୟ ସମିତିକୁ ଆବଶ୍ୟକ ମୁତାବକ ସାର ଯୋଗାଇ ଦିଆଯିବ ଏବଂ କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଂଟ ଟିମ୍ ମାଧ୍ୟମରେ ଚଢାଉଜାରୀ ରହିଥିବା ବ୍ଲକ କୃଷି ଅଧିକାରୀ କହିଥିଲେ। ସେହିପରି ଶିକ୍ଷା,ଗମନାଗମନ ଉପରେ ଆଲୋଚନା କରାଯାଇଥିଲା। ଉକ୍ତ ଅଧିବେଶନରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ଅଙ୍କିତା ଜାଲି, ଭାରାପ୍ରାପ୍ତ ଜିପିଡିଓ ସୌରଜିତ୍ ମହାପାତ୍ରଙ୍କ ସମେତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ,ଜନପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ