ଭୈରବ ମନ୍ଦିର ଠାରୁ ଲଦିପଙ୍ଗା ରାସ୍ତା ମରଣ ଜନ୍ତା: ରାସ୍ତା ନିର୍ମାଣ ପାଇଁ ଦାବି

ମୁନିଗୁଡ଼ା,୧୪-୯ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ବ୍ଲକ ଭୈରବଗଡ ପଞ୍ଚାୟତ ଭୟରବ ମନ୍ଦିର ଗଡା ଠାରୁ ଲଦିପଙ୍ଗା ଆବାସିକ ବିଦ୍ୟାଳୟ ପର୍ଯ୍ୟନ୍ତ ୨.୫କିଲୋମିଟର ରାସ୍ତା ମରଣ ଯନ୍ତା ପାଲଟିଛି।ଏ ବିଷୟକୁ ନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ ବିଭାଗ ତରଫରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆ ଯାଇନାହିଁ।ପ୍ରକାଶ ଥାଉକି ଭୈରବଗଡ ଗ୍ରାମ ମଧ୍ୟ ଦେଇ ଭୈରବ ମନ୍ଦିରକୁ ଯେଉଁ ରାସ୍ତା ଲମ୍ବିଛି ଠିକ୍ ମନ୍ଦିର ପୂର୍ବ ଗଡାଣୀ ପାଖରୁ ଲଦିପଙ୍ଗା ଗ୍ରାମକୁ ୨.୫କି.ମି ରାସ୍ତା ଲମ୍ବିଛି।ଏହି ରାସ୍ତାଟି ପାହାଡି ରାସ୍ତା ହୋଇଥିବାରୁ ରାସ୍ତାର ମଝିରେ ମଝିରେ ବହୁ ଉଠାଣୀ ଗଡାଣି ଦେଖିବାକୁ ମିଳିଥାଏ।ଗଲା ତିନିବର୍ଷ ପୂର୍ବେ ଏହି ରାସ୍ତାରେ କିଛି ମାଟି ମୋରମ କାମ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳେ।ଏହି ପାହାଡ ପର୍ବତ ଘେରା ଅଞ୍ଚଳରେ ବର୍ଷା ହେଲେ ପାହାଡ଼ରୁ ଗଡି ଆସୁଥିବା ପାଣି ସ୍ରୋତରେ ମାଟି,ଗୋଡ଼ି,ପଥର ସବୁ ତଳକୁ ତଳକୁ ଗଡ଼ି ଚାଲିଯାଆନ୍ତି।ଫଳରେ ବର୍ଷା ପରେ ରାସ୍ତା ଯାହାକୁ ସେଇଆ।ଏହି ରାସ୍ତା ପାଇଁ ଦିର୍ଘସୁତ୍ରୀ ଯୋଜନାରେ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ ଆବଶ୍ୟକ।ହେଲେ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଇନଥିବା ସ୍ଥାନୀୟ ଲୋକେ କୁହନ୍ତି।ଏବେ ରାସ୍ତାର ଅବସ୍ଥା ବହୁତ ଦୟନୀୟ।ରାସ୍ତା ସାରା ଖାଲ ଖମାରେ ପରିପୂର୍ଣ।କଥାରେ ଅଛି ଜମକୁ ଡାକିଲେ ବି ଏହି ଅଞ୍ଚଳକୁ ଆସିବେନି। ଏହିଭଳି ଭୟଙ୍କର ରାସ୍ତାରେ ଛାତ୍ରଛାତ୍ରୀ,ଶିକ୍ଷକ, କର୍ମଚାରୀ,ଚାଷୀ,ବ୍ୟବସାୟୀ ସମସ୍ତେ ଯାଆ ଆସ କରିଥାନ୍ତି।କେବେବି ଦରକାର ପଡ଼ିଲେ ଏହି ରାସ୍ତାଦେଇ ଆମ୍ବୁଲାନ୍ସ ଗାଁ ଭିତରକୁ ଯିବା ଅସମ୍ଭବ।ବର୍ଷାଦିନେ ପ୍ରସୂତି ମହିଳା,ଜରୁରୀ କାଳୀନ ଚିକିତ୍ସା ପାଇଁ ଅପେକ୍ଷାରେ ଥିବା ରୋଗୀ ଭଗବାନଙ୍କ ଭରଷାରେ ସେଇଠି ପଡି ରହିବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ କୁହନ୍ତି।ବିଶେଷକରି ପଞ୍ଚାୟତ ସଦର ମହକୁମାକୁ ଚାଉଳ,ଭତ୍ତା ପାଇଁ ଆସୁଥିବା ଗରିବୀ ମଣିଷ,ବୃଦ୍ଧ ବୃଦ୍ଧା ନିଶ୍ଚୟ ହଇରାଣ ହୋଇଥାନ୍ତି।ଏ ବିଷୟକୁ ନେଇ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ରାସ୍ତାର ଦୂରାବସ୍ଥା ନେଇ ପଚାରିବାରୁ ସେ କହିଲେ ଏବେ ଏହି ରାସ୍ତା ଆର ଡି ଅଧିନକୁ ଯାଇଛି।ବର୍ଷା ଋତୁ ପରେ ହୋଇଯିବାର ସମ୍ଭାବନା ଅଛି।ପରେ ଆର ଡି ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇନଥିଲା।ଲଦିପଙ୍ଗା ଗ୍ରାମରେ ଏକ ଆବାସିକ ହଷ୍ଟେଲ ଅଛି।ସେଠାରେ ଅନେକ ପୁଅଝିଅ ରହି ପାଠ ପଢ଼ୁଛନ୍ତି।ସେମାନଙ୍କ ଅବିଭାବକ ମଧ୍ୟ ବିଦ୍ୟାଳୟକୁ ଏହି ରାସ୍ତାଦେଇ ନେବା ଆଣିବା କରିଥାନ୍ତି।ଛାତ୍ରଛାତ୍ରୀ ମାନଙ୍କ ରାତ୍ରୀରେ ଦେହ ଖରାପ ହେଲେ ସେମାନଙ୍କୁ କି କଷ୍ଟରେ ହସ୍ପିଟାଲ ନିଆଯାଉଥିବ ଭାବିଲେ ଭୟରେ ଦେହ ଶିହିରି ଉଠୁଛି।ଏଣୁ ବିଭାଗୀୟ ଅଧିକାରୀ ଏହି ରାସ୍ତାଟିକୁ ବର୍ଷା ଦିନ ପରେ ତୁରନ୍ତ ଆରମ୍ଭ କରିବାକୁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ