କେନ୍ଦ୍ରାପଡା ମହାବିଦ୍ୟାଳୟରେ ବିଶ୍ୱ ଆଶୁଚିକିତ୍ସା ଦିବସ ପାଳିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବରେଡକ୍ରସ ୟୁନିଟ ପକ୍ଷରୁ ବିଶ୍ୱ ଆଶୁଚିକିତ୍ସା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଯୁବରେଡକ୍ରସର ପରାମର୍ଶଦାତା ତଥା ଜିଲ୍ଲା ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତବର୍ଷର ବିଷୟବସ୍ତୁ ‘ଆଶୁ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନ’ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଆଇ.କ୍ୟୁ.ଏ.ସି. ସଂଯୋଜିକା ଡ. ଦିପ୍ତୀ ରାୟ ଏବଂ ଏନସିସି ଅଫିସର(ବାଳକ ବିଭାଗ) ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ ଯୋଗଦେଇ ବିଷୟବସ୍ତୁ ଉପରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବରେଡକ୍ରସର ୧୫୦ରୁ ଉର୍ଦ୍ଧ୍ୱ ସ୍ୱେଛାସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମହାବିଦ୍ୟାଳୟରେ ଏକ ଜିଲ୍ଲା ସ୍ତରୀୟ ଆଶୁଚିକିତ୍ସା ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଯୁବରେଡକ୍ରସର ସ୍ୱେଛାସେବୀ ମନୋଜ କୁମାର ଲେଙ୍କା, ପ୍ରତିଭା ରାୟ, ଆଶୁତୋଷ ମାଝୀ, ସଶ୍ମିତା ସାହୁ, ଭବାନିଶଙ୍କର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।