ମାର୍କଫୋଡ୍ ଓ ନାଫୋଡର ଭୁଲ ନିଷ୍ପତି ଯୋଗୁିଁ ଚିନାବାଦାମ ଚାଷୀଙ୍କ ଲ୍ୟାମ୍ପସ୍ ଘେରାଉ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା ):ସାରକୁ ନେଇ ସାରା ରାଜ୍ୟ ରେ ଚାଷୀ ଆଇନକୁ ହାତକୁ ନେଇ ଲ୍ଯାମ୍ପସ୍ ଘେରାଉ କରୁଥିବା ଭଳି  ଚିତ୍ର ଦେଖିବାକୁ ମିଳୁଥିବା ବେଳେ ତାହାର ବିପରୀତ ଚିତ୍ର ଆଦିବାସୀ ଅଧ୍ଯୁଷିତ ବୈପାରିଗୁଡା ବ୍ଲକରେ ଟିକେ ଓଲଟା ଦେଖିବାକୁ ମିଳିଛି ! ଦୁଇ ଦୁଇ ଥର ଲ୍ୟାମ୍ପସର ପ୍ରତିଶୃତି ମିଳିଥିଲେ ମଧ୍ୟ ଟଙ୍କା ନ ମିଳିବା ଓ ଥାନା ଘେରାଉ କରି ମଧ୍ଯ ସେମାନଙ୍କ ପାପ୍ତି ନ ମିଳିବାରୁ ଆଜି ଶେଷରେ ଶହ ଶହ ଚାଷୀ ବାଧ୍ଯ ହୋଇ ପୁଣି ଥରେ ପ୍ରତିବାଦ ନ ଜଣାଇ ସିଧାସଲଖ ଲ୍ଯାମ୍ପସ୍ ରେ ପହଞ୍ଚି ତାଲା ମାରିଥିବାର ଦେଖିବାକୁ ମିଳିଛି ! ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସହ କୋରାପୁଟ ବିଧାୟକ ମଧ୍ୟ ଏହାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ପ୍ରଭାବ ପଡି ନଥିବାର ଅଭିଯୋଗ କରି ଚାଷୀ ଲ୍ଯାମ୍ପସ୍ ରେ ତାଲା ମାରିଥିବା ର କହିଛନ୍ତି ! ଯେପର୍ଯ୍ୟନ୍ତ ଏହାର ସମାଧାନ ନ ହୋଇଛି ସେପର୍ଯ୍ଯନ୍ତ ତାଲା ଖୋଲିବୁ ନାହିଁ ବୋଲି କହିଛନ୍ତି ଚାଷୀ ! ସୂଚନା ଯୋଗ୍ଯ ଯେ ବ୍ଲକର ୧୬୭ ଚିନାବାଦାମ ଚାଷୀଙ୍କ ପ୍ରାୟା ଦେଢ କୋଟି ଟଙ୍କା ଲ୍ୟାମ୍ପସ୍ ମାଧ୍ଯାମରେ କିଣିଥିବା ମାର୍କଫୋଡ ଓ ନାଫୋର୍ଡ ଦେଇନଥିବାର ଚାଷୀ ଅଭିଯୋଗ କରିଛନ୍ତି ! ଏସମ୍ପକ ରେ ଲ୍ୟାମ୍ପସର ଭାରପାପ୍ତ ଏମଡି କହିଛନ୍ତି ଲ୍ୟାମ୍ପସ୍ ପକ୍ଷରୁ କିଛି ଭୁଲ ହୋଇନି ଲ୍ୟାମ୍ପସ୍ କାଗଜପତ୍ର କାମ ସବୁ ଶେଷ କରି ପଠାଇ ଦେଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ