ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସେବାପକ୍ଷ ପାଳନ
ବୁଗୁଡା, (ଅନୀଲ କୁମାର ମହାରଣା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଦେଶରେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସେବାପକ୍ଷ ପାଳନ କରାଯିବାକୁ ଲକ୍ଷ୍ୟ ରଖିଥିବା ବେଳେ ମାଣିତରା କରୁଣା ଟ୍ରଷ୍ଟ ଦ୍ଵାରା ପରିଚାଳିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ସେବାପକ୍ଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମେଡ଼ିକାଲ ଅଫିସର ଡ଼. ପ୍ରଣୟିନୀ ସାହୁ ଶୁଭ ଉଦ୍ଘାଟନ କରିଥିଲେ। ଡ଼. ଦୁର୍ଗା ପ୍ରସାଦ ବିଶ୍ବାଳ ସେବା ପକ୍ଷ ଉପରେ ମତ ବ୍ୟକ୍ତ କରିଥିଲେ। ଫାର୍ମାସିଷ୍ଟି ସରୋଜ କୁମାର ପଟ୍ଟନାୟକ, ନର୍ସିଂ ଅଫିସର ଗଙ୍ଗା ସାହାଣୀ, ଏ ଏନ୍ ଏମ କୃଷ୍ଣ ପ୍ରିୟା ପଣ୍ଡା, ଲେବ୍ରୋଟାରୀ ଟେକେନିସିଆନ୍ କାଳୀ ପ୍ରସାଦ ସାହୁ, ସିକ୍ୟୁରିଟି ଗାର୍ଡ ରଞ୍ଜନ ବେହେରା, ପ୍ରଶାନ୍ତ କୁମାର ସାହୁ କେର୍ ଟେକେର୍ ରମେଶ ବେହେରା, ଅନୁସୁୟା ବେହେରା, ଆଟେଣ୍ଡେଣ୍ଟ୍ ରୋହିତ ନାଇକ, ଆଶା କର୍ମି ଏବଂ ବିଜେପିର କର୍ମକର୍ତ୍ତା, ମାଣିତରା ପଞ୍ଚାୟତ ଓ୍ବାର୍ଡ ମେମ୍ବର, ରଘୁନାଥ ସ୍ବାମୀ ୟୁଥ୍ ଆସୋସିଏସନ୍ ଘୋଳପୁରର ସଦସ୍ୟମାନଙ୍କ ସହିତ ସମ୍ମାନିତ ଅତିଥି ମାନେ ଯୋଗ ଦେଇଥିଲେ। ରାଷ୍ଟ୍ରର ସ୍ବାସ୍ଥ୍ୟ ପରିଦୃଶ୍ୟରେ ପରିବର୍ତ୍ତନ ସାରା ଦେଶରେ ସମର୍ପିତ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଶିବିର ଆୟୋଜନ, ୮ମ ରାଷ୍ଟ୍ରୀୟ ପୋଷଣ ମାସର ଉଦ୍ଘାଟନ ତଥା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧିନରେ ମାତୃତ୍ବ ସେବା ପ୍ରଦାନ, ସବୁ ମହିଳାଙ୍କ ପାଇଁ ସ୍ବାସ୍ଥ୍ୟ ଯାଞ୍ଚ ଏବଂ ସ୍ବାସ୍ଥ୍ୟ ସେବା, ଇ.ଏନ୍.ଟି, ଚକ୍ଷୁ, ରକ୍ତଚାପ, ମଧୁମେହ ଏବଂ ଦନ୍ତ ପରୀକ୍ଷା, ମୁଖ-ଗହ୍ଵର / ସ୍ତନ/ ଗ୍ରୀବା କର୍କଟ, ଗର୍ଭବତୀ ମହିଳାମାନଙ୍କ ପାଇଁ ପ୍ରସବ ପୂର୍ବବର୍ତ୍ତୀ ସ୍ବାସ୍ଥ୍ୟ ପରୀକ୍ଷା, ଟୀକାକରଣ, ରକ୍ତହୀନତା ସ୍ତର ଯାଞ୍ଚ, ଟେଲିମାନସ ସେବା, ଯକ୍ଷ୍ମା ପରୀକ୍ଷା, ସିକିଲ୍ସେଲ୍ ଆନିମିଆ, ସ୍ବତନ୍ତ୍ର ପରାମର୍ଶ, ସ୍ବାସ୍ଥ୍ୟ ସେବା ସୁବିଧାରେ ଉପଲବ୍ଧ କରାଇବା ପାଇଁ ମାତୃ ଏବଂ ଶିଶୁ ସୁରକ୍ଷା କାର୍ଡ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ପଞ୍ଜିକରଣ, ଆୟୁଷ୍ମାନ ବୟୋବନ୍ଦନା କାର୍ଡ଼, ସିକିଲ୍ ସେଲ୍ କାର୍ଡ଼, ପୋଷଣ ସ୍ଥିତି ଯାଞ୍ଚ ପାଇଁ ହିତାଧିକାରୀଙ୍କ ପଞ୍ଜିକରଣ ଉପର ପ୍ରଦତ୍ତ ସେବା ପାଇବା ପାଇଁ ମହିଳା ଏବଂ ଶିଶୁମାନେ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନାବାଡ଼ି କେନ୍ଦ୍ରରେ ଯୋଗାଯୋଗ କରିବା ପାଇଁ ମେଡିକାଲ୍ ଅଫିସରଙ୍କ ତରଫରୁ ପରାମର୍ଶ ଦିଆଯାଇଥିଲା। ଉକ୍ତ କର୍ମଶାଳାରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଓ ଏମ ଏସ ଏମ ଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଦେଶରେ ରଘୁନାଥ ସ୍ବାମୀ ୟୁଥ୍ କ୍ଳବ୍ ଘୋଳପୁର ତରଫରୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।