ସିଟିଜି ପରିସରରେ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

କେନ୍ଦୁଝର (ଓ୍ବାଇଏନଏସ) : କେନ୍ଦୁଝର ସିଟିଜି ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ସିଟିଜି ଗ୍ଲୋବାଲ ସ୍କୁଲ ଏବଂ ସିଟିଜି ବିଦ୍ୟାମନ୍ଦିରରେ ସ୍କୁଲର ଚେୟାରମ୍ୟାନ୍ ଡ଼ ରାଜେନ୍ଦ୍ର କୁମାର ପଲେଇଙ୍କ ତତ୍ତ୍ୱାବଧାନରେ ମା’ ପାଇଁ ଗଛ ଟିଏ ସରକାରୀ କାର୍ଯ୍ୟକ୍ରମକୁ ଗ୍ରହଣ କରି ସ୍କୁଲ ପରିସରରେ ବୃକ୍ଷରୋପଣ ଛୋଟ ଛୋଟ ପିଲା ଏବଂ ସେମାନଙ୍କର ଶିକ୍ଷୟିତ୍ରୀଙ୍କ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ ଓଡିଶା ସରକାର ମା’ ପାଇଁ ଗଛ ଟିଏ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଏହି ଅଭିନବ ସୁନ୍ଦର ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିବେଶକୁ ସରସ ସୁନ୍ଦର କରିବା ସହିତ ପିଲାମାନଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ବୃଦ୍ଧି ସଂଗେ ସଂଗେ ନୂତନ ବୃକ୍ଷ ସୃଷ୍ଟି ପାଇଁ ଗଭୀର ପ୍ରଭାବ ପକାଇବ । ସିଟିଜି ଦ୍ୱାରା ପ୍ରତିଷ୍ଠିତ କେନ୍ଦୁଝର ହାୟର ସେକେଣ୍ଡାରୀ ସ୍କୁଲ ଏବଂ କେନ୍ଦୁଝର ଡିଗ୍ରୀ କଲେଜ ର ଛାତ୍ରଛାତ୍ରୀମାନେ ମଧ୍ୟ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ଆଗେଇ ନେଇ ସେମାନେ ମଧ୍ୟ କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ । ଏଥିରେ କଲେଜ ର ପ୍ରିନ୍ସପାଲ ମାନସ ରଞ୍ଜନ ମହାପାତ୍ର ତଥା ଅନ୍ୟାନ୍ୟ ଅଧ୍ୟାପକ,ଅଧ୍ୟାପିକା ପିଲାମାନଙ୍କୁ ସହଯୋଗ କରିଥିଲେ । ଓଡିଶା ତଥା ଭାରତ ବର୍ଷକୁ ଏକ ସୁନ୍ଦର ଦେଶରେ ପରିଣତ କରିବାର ସଂକଳ୍ପ ନେଇ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ । କଲେଜ ର ପ୍ରଫେସନାଲ ପିଲାମାନେ ମଧ୍ୟ ଏହି ସୁନ୍ଦର କାର୍ଯ୍ୟକ୍ରମ ପାଇଁ କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ । ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ,ଅଚାନକ ପ୍ରବଳ ବର୍ଷା,ଅତ୍ୟଧିକ ଗରମ,ଉତ୍ତାପ ବୃଦ୍ଧି ବଂଚିବା ପାଇଁ କଷ୍ଟସାଧ୍ୟ ହୁଏ । ତେଣୁ ଏହି ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ନିଶ୍ଚିତ ପରିବେଶ ସୁରକ୍ଷାରେ ସହାୟକ ହେବା ସହିତ ପରିବେଶ ସନ୍ତୁଳିତ କରିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସତ୍ୟମ କୁମାର ଦାସ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ