ବିଶ୍ୱାସ ରହିଛି ମା’ଙ୍କ ପାଖରେ: କୁଲା ଭୋଗେଇ ବାନ୍ଧିଲେ ଭଲ ହୁଏ ଚର୍ମ ରୋଗ ସହ ବିଇଞ୍ଚି ରୋଗ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :ବିଶ୍ୱାସ ରେ ଜଗତ୍ର ବନ୍ଧା। ଚତୁପାର୍ଶ୍ୱ ଜଙ୍ଗଲ ଘେରା, ତା ମଧ୍ୟରେ ଉଇ ହୁଙ୍କା ମଧ୍ୟରେ କେଉଁ ଆବାହନ କାଳରୁ ଆବିର୍ଭାବ ମା ବିଇଞ୍ଚି ନାରାୟଣୀ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ବଜାର ଠାରୁ ମାତ୍ର ଏକ କିଲୋମିଟର ଗଲେ ବାଲିଆପଟା ନିକଟରେ ପଡେ ମା ବିଇଞ୍ଚି ନାରାୟଣୀ ଙ୍କ ମନ୍ଦିର। ଛୋଟିଆ ମନ୍ଦିର ରେ ଠାକୁରାଣୀ ପୂଜା ପାଉଥିଲେ ମଧ୍ୟ ଏହା ସାରା ଓଡିଶା ରେ ପ୍ରସିଦ୍ଧ ଲାଭ କରିଛି। ଛୋଟ ପିଲାଙ୍କ ଶରୀର ରେ ଚର୍ମ ଜାତୀୟ ରୋଗ ଅଥବା ବିଇଞ୍ଚି ରୋଗ ହେଲେ ଅନେକ ଲୋକ ବଡ଼ ମେଡିକାଲ ଯାଇ ଭଲ ହେଉନଥିବା ବେଳେ ବିଶ୍ୱାସ ରେ ଧାଇଁ ଆସନ୍ତି ମା ବିରଞ୍ଚି ନାରାୟଣୀ ଙ୍କ ନିକଟକୁ। ପ୍ରତ୍ୟେକ ଗୁରୁବାର ଯେ କୌଣସି ଚର୍ମ ରୋଗ ସହ ଛୋଟ ପିଲାଙ୍କ ବିଇଞ୍ଚି ରୋଗ ପାଇଁ ଭକ୍ତ ମାନେ ଗୁରୁବାର ଦିନ ମା ଙ୍କ ନିକଟରେ ପହଂଚି ମା ଙ୍କ ସ୍ନାନ ମାର୍ଜନା ର ଚୁଆ ହଳଦୀ ରେ ଚର୍ମ ରୋଗୀ ଅଥବା ବିଇଞ୍ଚି ହୋଇଥିବା ରୋଗୀ ସ୍ନାନ କଲେ ୩ ଗୁରୁବାର ଭଲ ହୋଇଥାଏ।ମାନସିକ ରୂପକ ମା ଙ୍କ ମନ୍ଦିର ସାମ୍ନାରେ ଏକ ଗଛରେ ମନସ୍କାମନା ପୂର୍ଣ୍ଣ ପରେ ବାଉଁଶ ରେ ନିର୍ମିତ ଛୋଟ କୁଲା ଓ ଭୋଗେଇ ବାନ୍ଧି ଥାନ୍ତି। ସ୍ଥାନୀୟ ଲୋକେ କହିବା ମୁତାବକ ଉଇ ହୁଙ୍କା ରୁ ଆବିର୍ଭାବ ହୋଇଥିବା ମା’ ଙ୍କ ନିକଟରେ ବିଇଞ୍ଚି ଭଳି ମାରାତ୍ମକ ରୋଗ ଭଲ ହେଉଥିବାରୁ ମା ବିଇଞ୍ଚି ନାରାୟଣୀ ଭାବରେ ପରିଚିତ।ପ୍ରତ୍ୟେକ ଗୁରୁବାର ରାଜ୍ୟ ର କୋଣ ଅନୁକୋଣ ରୁ ଭକ୍ତ ଙ୍କ ସୁଅ ଛୁଟୁଛି।ଠାକୁରାଣୀ ଙ୍କ କେବେ କିପରି  ଆବିର୍ଭାବ ହୋଇଥିଲେ କୌଣସି ତଥ୍ୟ ନ ଥିବା ବେଳେ ମା ବିଇଞ୍ଚି ନାରାୟଣୀ ଙ୍କ ମହିମା ନେଇ ଭକ୍ତଙ୍କର ରହିଛି ଅଗାଢ଼ ବିଶ୍ୱାସ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ