ଅର୍ଥ ପରାମର୍ଶ ଦାତା କମିଟି ବୈଠକ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ସ୍ଥିତ ଜିଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଗଂଜାମ ଜିଲା ବ୍ୟାଙ୍କ ସମୁହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଜିଲା ଅତିରିକ୍ତ ଜିଲାପାଳ ( ରାଜସ୍ୱ ) ଦେବଦତ୍ତ ପଣ୍ଡା ଅଧ୍ୟକ୍ଷତା କରି ହିତାଧିକାରୀ ମାନଙ୍କୁ ସଠିକ ଭାବେ ଋଣପ୍ରଦାନ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଏହା ସହିତ ସମସ୍ତ ଯୋଜନା କିପରି ଲୋକେ ଜାଣୀପାରିବେ ସେଥିନିମନ୍ତେ ବ୍ୟାପକ ସଚେତନତା କରିବା ନିମେନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଜିଲାରେ ବିଭିନ୍ନ ବ୍ୟାଙ୍କର ୪୪୮ ଟି ଶାଖାରହିଛି ।ଜୁନ ୨୫ ସୁଦ୍ଧା ସମସ୍ତ ବ୍ୟାଙ୍କ ରେ ମୋଟ ୩୨୭୫୭ କୋଟି ଟଙ୍କା ଜମା ରହିଥିବା ବେଳେ ୨୧୬୦୨ କୋଟି ଟଙ୍କା ଋଣପ୍ରଦାନ କରାଯାଇଛି ।ଯାହାକି ଲକ୍ଷ୍ୟଧାର୍ଯ୍ୟ ଶତକଡା ୬୫.୯୫ ପ୍ରତିଶତ ହୋଇଛି । ଏତତ୍ ବ୍ୟତିତ ସମୁହ ବ୍ୟାଙ୍କ ତରଫରୁ ଜୁନ ମାସ ଶେଷ ସୁଦ୍ଧା ୬୨୭୨ କୋଟି ଟଙ୍କା ଋଣ ପ୍ରଦାନ କରିଥିବା ବେଳେ ୪୩୯୩ କୋଟି ପ୍ରାଥମିକତା କ୍ଷେତ୍ରରେ ଏବଂ ୧୮୭୯ କୋଟି ଅଣପ୍ରାଥମିକତା କ୍ଷେତ୍ର ରେ ଋଣ ପ୍ରଦାନ କରିଛନ୍ତି । ଯାହାକି ଲକ୍ଷ୍ୟ ଧାର୍ଯ୍ୟର ୨୪ ପ୍ରତିଶତ । ଚଳିତ ବର୍ଷ ଖରିଫ୍ ୨୦୨୫ ଋତୁରେ ବ୍ୟାଙ୍କ ଦ୍ୱାରା ୮୯୦୪୬୨ ଚାଷି କୃଷି ବିମାରେ ଅନ୍ତଭୁକ୍ତ ହୋଇଥିବା ବେଳେ ୭୨୦୮୯ ହେକ୍ଟର ବିମା ଭୁକ୍ତ ହୋଇଛି । ଯାହାର ମୂଲ୍ୟ ୬୯୭.୫୬ କୋଟି ବିମା ଭୁକ୍ତ ହୋଇପାରିଛି ବୋଲି ସୁଚନା ମିଳିଛି । ବଳରାମ ଯୋଜନାରେ ଚଳିତ ବର୍ଷ ପାଇଁ ଜୁନ ୨୫ ସୁଧା ବ୍ୟାଙ୍କ ମାନଙ୍କ ଦ୍ୱାରା ଶତପ୍ରତିଶତ ଋଣ ପ୍ରଦାନ କରାଯାଇଥିବା ବୈଠକ ରେ କୁହାଯାଇଛି । ଏହାସହିତ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଦ୍ୱାରା ପ୍ରଚଳିତ ସମସ୍ତ ଯୋଜନା ସଫଳ ରୁପାୟନ କରିବାପାଇଁ ସମସ୍ତ ବ୍ୟାଙ୍କ ଏବଂ ବିଭାଗିୟ ଅଧିକାରୀ ମାନଙ୍କୁ ପଚାରମର୍ଶ ଦିଆଯାଇଛି । ଏହି ବୈଠକରେ ଗଂଜାମ ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହି ଅଧିକାରୀ ବିଜୟ କୁମାର ବେହେରା, ୟୁନିୟନ ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ ରଜତ କୁମାର ପଣ୍ଡା , ଆରବିଆଇ ଭୁବନେଶ୍ୱର ଏଲଡିଓ ରାହୁଲ୍କାନ୍ତେ , ନାର୍ବାଡର ଡିଡିଏମ୍ ସଂଜିବ ମିଶ୍ର , ଏଲଡିଏମ ହିମାଂଚଳ ସାହୁଙ୍କ ସମେତ ସମସ୍ତ ବ୍ୟାଙ୍କ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତଥିଲେ । ଶେଷରେ ଏଲଡିଏମ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।