ଋଷିକୁଲ୍ୟା ମୁହାଣ ଖନନ କାର୍ଯ୍ୟ ସହ ସ୍ଥାୟୀ କାର୍ଯ୍ୟକ୍ଷମ ନିମନ୍ତେ ଦାବି

ଛତ୍ରପୁର, (ଓ୍ବାଇଏନଏସ)  : ଗଞ୍ଜାମ ଋଷିକୁଲ୍ୟା ମୁହାଣ ଖନନ କାର୍ଯ୍ୟ ସହ ସ୍ଥାୟୀ କାର୍ଯ୍ୟକ୍ଷମ ନିମନ୍ତେ ୧୧ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଧୀନ ପ୍ରୟାଗୀ, କଲରାବାଡି, ସିଦ୍ଧାନ୍ତନଗର, ପୋଡମପେଟା, କଂଟିଆଗଡ, ଗୋଖରକୁଦା, ପୁରୁଣାବନ୍ଧ, ସାନନୋଳିଆନୂଆଗାଁ, ବଡନୋଳିଆନୂଆଗାଁ, ଦାମଦୋରପୁର ଓ କାଇଁଚପୁର ଆଦି ୧୧ ଖଣ୍ଡ ଗ୍ରାମର ନୋଳିଆ ଓ କେଉଟ ଶ୍ରେଣୀ ମତ୍ସ୍ୟଜୀବୀ ଉକ୍ତ ମୁହାଣ ଉପରେ ନିର୍ଭରଶୀଳ । ବର୍ତମାନ ଉକ୍ତ ମୁହାଣଟି ଢ଼େପ ହୋଇ ପୋତି ହେବାକୁ ଗଲାଣି । ସମୁଦ୍ର ଜୁଆର ହେଲେ ପାଣି ଋଷିକୁଲ୍ୟା ନଦୀ ମଧ୍ୟରୁ ସଠିକ୍ ମାଡୁନାହିଁ । ଫଳରେ ସମୁଦ୍ରରୁ ନଦୀ ମଧ୍ୟରେ ମାଛ ପ୍ରବେଶ କରିବାରେ ଅନ୍ତରାୟ ଘଟୁଛି । ଏଠାରେ ପ୍ରତିବର୍ଷ ସାମୁଦ୍ରିକ ମତ୍ସ୍ୟଜୀବୀ ଋଷିକୁଲ୍ୟା ନଦୀ ତଟରେ ପ୍ରାୟ ମୃତ୍ୟୁବରଣ କରୁଛନ୍ତି । ବର୍ତମାନ ମୁହାଣ ଦେଇ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯିବାରେ ଅସୁବିଧା ହେଉଛି । ଯଦ୍ୱାରା ମତ୍ସ୍ୟଜୀବୀଙ୍କ ଜୀବିକା ଧାରଣାରେ ବହୁତ ଅସୁବିଧା ସୃଷ୍ଟି ହେଉଛି ଓ ପରିବାର ପ୍ରତିପୋଷଣରେ ଅଭାବ ପରିଲିକ୍ଷିତ ହେବାରୁ କିଛି ମତ୍ସ୍ୟଜୀବୀମାନେ ଗୋଆ ଓ ତାମିଲନାଡୁକୁ ମାଛ ମାରିବାକୁ ଶ୍ରମିକ ଭାବେ ଯାଇ କାମ କରୁଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀ ଧିବର ଶ୍ରେଣୀ ହଠାତ୍ ମାଛ ଧରିବାକୁ ଯାଇ ଦୁର୍ବିପାତର ସମ୍ମୁଖୀନ ହୋଇ ମୃତ୍ୟୁ ଘଟିଲେ କିଛି ହେଲେ ସରକାରୀ ସ୍ତରରେ ଅନୁକମ୍ପା ସହାୟତା ରାଶି ମିଳୁନାହିଁ । ଏଥିପ୍ରତି ସରକାରଙ୍କ ଦୃଷ୍ଟି ଦେଇ ମୁହାଣ ଖନନ କାର୍ଯ୍ୟ ସହିତ ସ୍ଥାୟୀ ମୁହାଣ ପାଇଁ ବିହିତ ବ୍ୟବସ୍ଥା କରାଯିବାକୁ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ୧୧ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀମାନେ ନିବେଦନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଏନ୍‌.ଆପେୟା, ଏ.କାଲେୟା, ଏ.ସନ୍ୟାସୀ, ପି.ତାତାଲୁ, ଏ.ଗୁରେୟା, ପି.କାମେୟା, ଡବ୍ଲୁ. ଦାନେୟା ଓ ଡି.ମୁକୁଡୁ ସମେତ ବହୁ ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ