ବ୍ଲକସ୍ତରୀୟ ଖେଳକୁଦ ଚୟନ ପ୍ରତିଯୋଗିତା
ବୈପାରିଗୁଡା (ଓ୍ବାଇଏନଏସ): ସରକାରୀ ମାଧ୍ୟମିକ ବିଦ୍ୟାଳୟ, ବୈପାରୀଗୁଡା ଖେଳ ପଡିଆ ଠାରେ ଚଳିତ ଶିକ୍ଷା ବର୍ଷ (୨୦୨୫ -୨୬ ) ନିମନ୍ତେ ବୈପାରୀଗୁଡା ବ୍ଲକସ୍ତରୀୟ ଖେଳକୁଦ ଚୟନ ପ୍ରକିୟାରେ ସ୍ଥାନୀୟ ତହସିଲଦାର ସୁଶ୍ରୀ ସ୍ନିଗ୍ଧା ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଵଳନ ଓ ବ୍ଲକସ୍ତରୀୟ କ୍ରୀଡା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦ୍ଦଘାଟନୀ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ପ୍ରତିଯୋଗୀ ମାନେ କ୍ରୀଡ଼ାରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଶପଥ ପାଠ କରିଥିଲେ ଏବଂ ତହସିଲଦାର ମହୋଦୟା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଖେଳକୁଦରେ ଖେଳୁଆଡ ମନୋଭାବ ରଖି ଅଂଶଗ୍ରହଣ ପାଇଁ ଉତ୍ସାହିତ କରିଥିଲେ । ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁକାନ୍ତ କର୍ତ୍ତାମି ଏବଂ ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଚର୍ଚ୍ଚି ଯୋଗଦାନ କରିଥିଲେ । ଏହି ଚୟନ ପ୍ରକିୟାଟି ଦୁଇଦିନ ପ୍ରଚଳିତ ହଇଥିଲା ଏବଂ ଏଠାରେ ମୋଟ ଆଠ ଗୋଟି ଖେଳକୁ ଗୁରୁତ୍ଵ ଦିଆଯାଇଛି –(ଖୋ-ଖୋ ,କବାଡି , ଭଲିବଲ ,କ୍ରିକେଟ ,ବ୍ୟାଡମିଣ୍ଟନ ,ଯୋଗାସନ ଏବଂ ଆଥଲେଟିକ- ୧୦୦ ମି. ୨୦୦ ମି. ୪୦୦ ମି. ,ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା ) । ସରକାରଙ୍କ ନିର୍ଦେଶ କ୍ରମେ ବ୍ଲକରେ ଥିବା ମୋଟ ୧୯ ଟି ଉଚ୍ଚବିଦ୍ୟାଳୟକୁ ୪ ଟି ଜୋନରେ ବିଭକ୍ତ କରାଯାଇଥିଲା । ପ୍ରତି ଜୋନରେ ୫ଟି ଇଭେଣ୍ଟ ଖେଳା ଯାଇଥିଲା । ପ୍ରତି ଜୋନରୁ ୪୦ ଜଣ ପ୍ରତିଯୋଗୀ ବ୍ଲକ ସ୍ତରୀୟ ଚୟନ ରେ ଅଂଶଗ୍ରହଣ କରିଥିଲେ । ଏହି ଚୟନ ପ୍ରକ୍ରିୟାରେ ମୋଟ ୧୯ଟି ବିଦ୍ୟାଳୟର ୧୪ ବର୍ଷରୁ କମ ଏବଂ ୧୭ ବର୍ଷରୁ କମ ବାଳକ ବାଳିକା ସର୍ବ ମୋଟ ୧୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବ୍ଲକ ରୁ ୭୦ ଜଣ ବିଦ୍ୟାର୍ଥୀ ଚୟନୀତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ । ଶୁକ୍ରବାର ଏହି କ୍ରୀଡା ଓ ଖେଳକୁଦ ପ୍ରତିଯୋଗିତାର ଉଦ୍ଦଯାପନ ହୋଇଥିଲା । ଏହି ଉଦ୍ଦଯାପନ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁକାନ୍ତ କର୍ତ୍ତାମି ଯୋଗ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଜେଆରସି ଛାତ୍ର ଛାତ୍ରୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସ୍ଥାନୀୟ ଶାରୀରିକ ଶିକ୍ଷକ ଶ୍ରୀ ସୁନିଲ କୁମାର ଦାସ ବି.ଟି.ଏ ପରିଚାଳନା କରିଥିଲେ । ଏଥିରେ ବୈପାରୀଗୁଡା ବ୍ଲକର ସମସ୍ତ ଶାରୀରିକ ଶିକ୍ଷକ ଅଂଶଗ୍ରହଣ କରି ସଫଳ ରୂପାୟନ କରିଥିଲେ ।


