୧୨ କୋଟିରୁ ଉର୍ଦ୍ଧ୍ଵ ଜମି ଜାଲିଆତି ମାମଲା: ଅଭିଯୁକ୍ତ ଦିଲ୍ଲୀପ କୁମାର ନାୟକଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ
କଟକ, (ଓ୍ବାଇଏନଏସ): କୋଟି ଟଙ୍କାର ଜମି ଜାଲିଆତି ମାମଲା। ଅଭିଯୁକ୍ତ ଦିଲ୍ଲୀପ କୁମାର ନାୟକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ। କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି। ସୂଚନା ଅନୁଯାୟୀ, କଟକର ରାଣୀହାଟ ମାଳିସାହିର ବିଜୟ ରାଉତଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଦିଲ୍ଲୀପ ୭ କୋଟି ୪୨ ଲକ୍ଷ ଟଙ୍କା ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଦେଇ ନଥିଲେ। ଟଙ୍କା ଫେରସ୍ତ ପାଇଁ ପରବର୍ତ୍ତୀ ସମୟରେ ଏକ ଚୁକ୍ତି ବି କରିଥିଲେ। କିନ୍ତୁ ସେ ଚୁକ୍ତିରେ ବି ଖିଲାପ କରିଥିଲେ। ଏ ସଂକ୍ରାନ୍ତରେ ୨୦୨୩ରେ ବାଦାମବାଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଇଓଡବ୍ଲ୍ୟୁ ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲା। ତଦନ୍ତ ସମୟରେ ଠକେଇ ସମ୍ପର୍କିତ ଅଭିଯୋଗର ପ୍ରମାଣ ମିଳିଥିଲା। ଶୁକ୍ରବାର ଇଓଡବ୍ଲ୍ୟୁ କଟକର ଝାଞ୍ଜିରୀମଙ୍ଗଳାରେ ଥିବା ଦିଲ୍ଲୀପଙ୍କ ଘରେ ଚଢ଼ଉ କରିଥିଲା। ତାଙ୍କୁ ସେଠାରୁ ଗିରଫ କରି ଭୁବନେଶ୍ବର ଇଓଡବ୍ଲ୍ୟୁ କାର୍ଯ୍ୟାଳୟକୁ ନିଆଯାଇଥିବା ଭୁବନେଶ୍ବର ଇଓଡବ୍ଲ୍ୟୁ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।