ବରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା, ତଦନ୍ତ ଦାବି
ହାଟଡିହି (ଓ୍ବାଇଏନଏସ): ବଞ୍ଚୋ ବରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି। ଏହା ଏକ ସର୍ବ ପୁରାତନ ଓ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ପରିଚାଳନା ଗତ ତ୍ରୁଟି ଦେଖା ଦେଇଛି। ସ୍କୁଲରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି। ସରକାର ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ ମାଣ୍ଡିଆ ଲଡୁ ଦେବାକୁ ସ୍କୁଲ ମାନଙ୍କୁ ଅନୁଦାନ ଯୋଗାଇ ଦେଇଥିବା ବେଳେ ଏଠାରେ ଆଜି ପର୍ଯ୍ୟନ୍ତ ମାତ୍ର ଥରୁଟିଏ ଲଡ଼ୁ ଦିଆଯାଇଛି। ସେହିପରି ଛାତ୍ର ଛାତ୍ରୀ ମାନଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ଦିଆ ଯାଉନି, ସ୍କୁଲକୁ ଆସୁଥିବା ସରକାରୀ ଅନୁଦାନ କୁ ଠିକ୍ ଭାବେ ଖର୍ଚ୍ଚ କରା ଯାଇନି ବୋଲି ସ୍କୁଲ ପରିଚାଳନା କମିଟିର ସଭାପତି ଦିପ୍ତିମୟୀ ଖୁଣ୍ଟିଆ, ସଭ୍ୟା ପଦ୍ମାବତୀ ବରାଳ, ସ୍ଵପ୍ନାରାଣୀ ବରାଳ, ଜ୍ୟୋତ୍ସ୍ନା ରାଣୀ ବରାଳ, ସୁରେଖା ନାୟକ ପ୍ରମୁଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗ ପାଇବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା କାଲି ସହ ଶିକ୍ଷା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ତଦନ୍ତ ପାଇଁ ଯିବ ବୋଲି କହିଛନ୍ତି।


