ଇନ୍ଦିରାନଗର ଅଞ୍ଚଳର ଯୁବକ ନିଖୋଜ, ବେତନଟୀ ଥାନାରେ ମାମଲା ଏତଲା

ବେତନଟୀ(ଓ୍ବାଇଏନଏସ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ଇନ୍ଦିରାନଗର ଗ୍ରାମର ଜନୈକ ୨୭ବର୍ଷିୟ ଯୁବକ ଘରୁ ହଠାତ ରହସ୍ୟଜନକ ଭାବରେ ନିଖୋଜ ହେବା ଘଟଣାରେ ମଙ୍ଗଳବାର ମାମଲା ରୁଜୁକରିଛି ବେତନଟୀ ପୁଲିସ । ଏତଲାକାରୀ ଇନ୍ଦିରାନଗର ଗ୍ରାମର ପିତା ଅଜୟ ସିଂଙ୍କ ଅଭିଯୋଗ ମୁତାବକ ଗତ ଶନିବାର ପୂର୍ବାହ୍ନ ୧୦ଟା ପାଖାପାଖୁ ସମୟରେ ତାଙ୍କର ସାନପୁଅ ଲୋକେନ୍ଦ୍ର ସିଂ(୨୭) ଘରେ ଥିବାବେଳେ କାହାକୁ କିଛି ନଜଣାଇ ହଠାତ୍କେ କୁଆଡେ ପଳାଇ ଯାଇଛି । ଦୀର୍ଘ ସମୟ ଧରି ଲୋକେନ୍ଦ୍ର ଘରକୁ ନଫେରିବାରୁ ଘରଲୋକ ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କ ଘର ସମତେ ଲୋକେନ୍ଦ୍ର ଥିବାର ସମସ୍ତ ସମ୍ଭାବ୍ୟ ସ୍ଥାନମାନଙ୍କରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇପାରିନଥିଲେ । ଶେଷରେ ନିରାଶହୋଇ ମଙ୍ଗଳବାର ପରିବାରବର୍ଗ ବେତନଟୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ବାପା ଅଜୟଙ୍କ ଏତଲାମୂଳେ ବେତନଟୀ ପୁଲିସ ୬୩ ନମ୍ବରରେ ଏକ ମ୍ୟାନମିସିଂ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ