ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଜଗନ୍ନାଥଙ୍କ କୃତିତ୍ୱ

ହାଟଡିହି,(ଓ୍ବାଇଏନଏସ) : ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ଜଗନ୍ନାଥ ସା ୨୪୩ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି।  ସେ ଶିକ୍ଷାବିତ୍ କେଶବ ଚନ୍ଦ୍ର ସା ଓ ବୈଜୟନ୍ତି ବେହେରାଙ୍କ ପୁଅ ଅଟନ୍ତି। ବାପା ସି ଆରସିସି ଭାବେ ଯୋଡା ବ୍ଲକ ରେ କାର୍ଯ୍ୟରତ ଥିବାବେଳେ ମା ଜଣେ ଗୃହିଣୀ। ପୁଅର ସଫଳତାରେ ବାପା କେଶବ ଓ ମାଆ ବୈଜୟନ୍ତିଙ୍କ ସମେତ ଗ୍ରାମବାସୀ ମାନେ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ଜଣେ ଶିକ୍ଷକ ଭାବେ ନିଜ ପୁଅ ଝିଅ ଙ୍କୁ ଉଚ୍ଚ ଶିକ୍ଷା କରାଇ ପାରିଥିବାରୁ ସେ ବେଶ ଖୁସି। ତାଙ୍କ ଝିଅ ଏବେ ଡାକ୍ତର।  ଜଗନ୍ନାଥ ଶାଳଣିଆଁ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଶତକଡା ୮୫ ଭାଗରୁ ଉର୍ଦ୍ଧ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । ପରେ ଭଦ୍ରକ ସ୍ଵୟଂ ଶାସିତ କଲେଜରୁ ଯୁକ୍ତ ୨ ଓ ଓୟୁଏଟିରୁ  ସଫଳତାର ସହ ଉତୀର୍ଣ୍ଣ ହେବା ପରେ ଓଡିଶା ପ୍ରଶାସନିକ ସେବା ପାଇଁ ମନ ବଳାଇ ଥିଲେ। ପ୍ରଥମ ଓ ଦ୍ୱିତୀୟ ଥର ଅକୃତକାର୍ଯ୍ୟ ହେଇଥିଲେ ମଧ୍ୟ ସଫଳତା ପାଇଁ ଚେଷ୍ଟା ଜାରି ରଖିଥିଲେ। ତୃତୀୟ ଥରରେ ୨୪୩ତମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏପରି ସଫଳତାରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଜେପି ନେତା ଆଲୋକ ସେଠୀ, ପୁର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ରମେଶ ଚନ୍ଦ୍ର ସା, ଶିକ୍ଷାବିତ୍ ଅଭୟାନନ୍ଦ ବେହେରା, ସ୍ମିତାଶ୍ରୀ ବେହେରା ପ୍ରମୁଖ ତାଙ୍କର ଏପରି ସଫଳତାରେ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ