ଗୋପ ବଜାରରେ ଦୁଇ ଘଣ୍ଟା ଟ୍ରାଫିକ୍ ଜାମ୍

ଗୋପ(ଯୁଗାବ୍ଦ ନ୍ୟୁଜ): ଗୋପ ବଜାର ସବୁ ସମୟରେ ଟ୍ରାଫିକ୍ ଜାମ୍କୁ ନେଇ ଚର୍ଚ୍ଚିତ । ଗତକାଲି ନିମାପଡ଼ା ବିଧାୟକ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା ବେଳେ ଗୋପ ବଜାରରେ ଅସମ୍ଭବ ଭିଡ ଲାଗି ରହିଥିଲା । ଗୋପ ବଜାରକୁ ଚାରି ଦିଗରୁ ଯୋଗାଯୋଗ କରୁଥିବା ଚାରିଟି ରାସ୍ତା ସଂପୂର୍ଣ ଭାବେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଜାମ୍ ହୋଇ ରହିଥିଲା । ବିଶେଷକରି ଶିଶୁ ମନ୍ଦିର ଛାତ୍ରଛାତ୍ରୀ, ପର୍ଯ୍ୟଟକ ଏବଂ ରାଲିିରେ ଯାଉଥିିବା ବାଇକ୍ ଆରୋହୀ ଏହି ଭିଡ଼ରେ ହନ୍ତସନ୍ତ ହୋଇଥିଲେ । ଦୀର୍ଘ ଦୁଇ ଘଣ୍ଟା କାଳ ଗୋପ ଥାନାଧିକାରୀ ସୌମ୍ୟଜିତ୍ ମିଶ୍ରଙ୍କ ସମେତ ନିମାପଡା ଏସଡିପିଓ ଶରତ ଚନ୍ଦ୍ର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ