ସ୍ୱାମୀଙ୍କୁ ଦିର୍ଘାୟୁ କାମନା ପାଇଁ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ କରିଥାନ୍ତି କୁମ କୁମ ପୂଜା

ଛତ୍ରପୁର (ଓ୍ବାଇଏନଏସ): ନବରାତ୍ର ପୂଜା ଉପଲକ୍ଷେ ଛତ୍ରପୁର ରେ ଆୟୋଜିତ ହୋଇଛି କୁମ କୁମ ପୂଜା । ତେଲୁଗୁ ସଂମ୍ରଦାୟର ନିଅରା ସଂସ୍କୃତି ଓ ପରମ୍ପରା ହେଉଛି ଏହି କୁମ କୁମ ପୂଜା । ତେଲୁଗୁ ମହିଳାମାନେ ନବରାତ୍ର ସମୟରେ ଏହି ପୂଜା କରିଥାନ୍ତି । ଆଉ ଏହି ସଂସ୍କୃତି ଓ ପରମ୍ପରା ଅନୁସାରେ ମହିଳାମାନେ ଏକାଠି ହୋଇ ଏହି କୁମ କୁମ ବ୍ରତ ପାଳିଥାନ୍ତି । ସ୍ୱାମୀର ଦିର୍ଘାୟୁ କାମନା ଓ ପରିବାର ମଙ୍ଗଳକାମନା ସକାଶେ ମହିଳା ମାନେ ଏହି ପୂଜା କରିଥାନ୍ତି । ଛତ୍ରପୁର ସ୍ଥିତ ମା ରାମାୟାଣାମା ଠାକୁରାଣି ମନ୍ଦିର ପରିସରରେ ତେଲୁଗୁ ସମ୍ପ୍ରଦାୟର ମହିଳା ଏକାଠି ହୋଇ ଏହି ବ୍ରତ ପାଳନ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି ପୂଜା ରେ ଛତ୍ରପୁର ସହରର ପ୍ରାୟ ଦୁଇ ଶହ ଉର୍ଦ୍ଧ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ ଏହି କୁମ କୁମ ପୂଜା ପାଳନ କରିଥିବାର ଦେଖିବାକୁ ମିଳିଛି । ଏହି ଭିନ୍ନ ଏକ ଆକର୍ଷଣ ପୂଜା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ହୋଇଥିଲା | ମନ୍ଦିର କମିଟି ସଭାପତି ଭି. ତ୍ରିନାଥ ରାଓ, ସମ୍ପାଦକ ବି. ଶ୍ରୀନିବାସ ରାଓ, କେ. ଚନ୍ଦ୍ର ଶେଖର ରେଡି, ସମରେନ୍ଦ୍ର ସେନାପତି, କେ. ରାମ ବାବୁ, ଏନ. ପ୍ରଭାକର ରାଓ, ଚିନ୍ନା ବାବୁ ଙ୍କ ସମେତ ତେଲୁଗୁ ସମ୍ପ୍ରଦାୟର ମହିଳା ମଣ୍ଡଳୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା ଓ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ