ଅର୍ଜୁନ ବେହେରା, ଦିଲ୍ଲିପ ରାଉତ ଓ ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କୁ ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସମ୍ମାନ

ହାଟଡିହି, (ଓ୍ବାଇଏନଏସ) : ଆଜି ହାଟଡିହି ସାହିତ୍ୟ ଘରର ବାର୍ଷିକ ଉତ୍ସବରେ ରାଜ୍ୟର ତିନି ବରିଷ୍ଠ ପ୍ରତିଭା ଧାରୀଙ୍କୁ ଏକ ଭବ୍ୟ ପରିବେଶରେ ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହାତୀବନ୍ଧା ଗ୍ରାମର ବରିଷ୍ଠ ଲେଖକ ଅର୍ଜୁନ ଚାରଣ ବେହେରାଙ୍କୁ   ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସମ୍ମାନ ୨୦୨୫ ପ୍ରଦାନ କରା ଯାଇଥିବା ବେଳେ   ଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ଦକ୍ଷ ତଥା ଆଦର୍ଶ ଶିକ୍ଷକ ଦିଲ୍ଲୀପ୍  କୁମାର ରାଉତଙ୍କୁ   ରାଜ୍ୟସ୍ତରୀୟ ଶ୍ରୀନିବାସ ଖଣ୍ଡାୟୀ ଶିକ୍ଷାସମ୍ମାନ ପ୍ରଦାନ ପ୍ରଦାନ କରାଯିବବା ସହ  ସମ୍ପାଦନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କୁ ଶ୍ରୀନିବାସ ଖଣ୍ଡା ୟୀ ସମ୍ପାଦନା ସମ୍ମାନ ପ୍ରଦାନ କରାଯାଇଛି।  ପଞ୍ଚାୟତ ହାଇସ୍କୁଲ ଶାସଙ୍ଗ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ ଅବସରରେ ଶ୍ରୀନିବାସ ଖଣ୍ଡେଇ ସ୍ମୃତି କମିଟି ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଫେସର ଡ. ଶକୁନ୍ତଳା ବଳିୟାର ସିଂ, ସାହିତ୍ୟ ଚର୍ଚ୍ଚାର ସମ୍ପାଦକ ନିହାର ଶତପଥି,ବଡ. ରାମଚନ୍ଦ୍ର ନାୟକ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ସ୍ମୃତି କମିଟିର ଆବାହକ ପ୍ରଶାନ୍ତ ଖଣ୍ଡାୟୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସାହିତ୍ୟ ଘରର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ