ଖତ ଖାଉଛି ଗାଈଖାଇ ଡେମ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ସୁରକ୍ଷା ଦାବି

ବଲାଙ୍ଗିର,(ଜୟକୃଷ୍ଣ ମିଶ୍ର):ଜାତୀୟ ରାଜପଥ ପ୍ରାୟ ୩୦ କିମି ଦୂର ମୁଖ୍ୟ ରାସ୍ତା ବଲାଙ୍ଗିର ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ଗାଈଖାଇ ଡେମ୍ ଏମ୍‌ଆଇ ପ୍ରକଳ୍ପ ଏହା ପରିଷଦକୁ ପର୍ଯ୍ୟଟନ ବିକଶିତ କରାଯାଇଥିଲା ଏବଂ ପର୍ଯ୍ୟଟନର କେନ୍ଦ୍ର ସ୍ଥଳି ପାଲଟି ଥିଲା । ଇକୋ ଟରିଜିୟମ କ୍ଷେତ୍ରରେ ପରିଣତ ହୋଇଥିଲା । ରାଜ୍ୟ ସରକାର ରାଜସ୍ୱ କୋଷ ରୁ ବିପୁଳ ଅର୍ଥ ଖର୍ଚ୍ଚ କରି ଏହି ଡ୍ୟାମ ର ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ଗତ ତା.୦୫.୧୧.୨୦୨୩ ରେ ଲୋକଙ୍କ ପାଇଁ ଉଦ୍‌ଘାଟିତ ହୋଇଥିଲା । ଦିର୍ଘ ୨୩ ମାସ ହେବ ଗାଈଖାଇ ଡ୍ୟାମ ବନ୍ଦ ହୋଇ ପଡିଥିବା ବେଳେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଦେଶ ସାରା ପାଳନ କରୁଥିବା ବେଳେ ଆଜି ଡ୍ୟାମ ନ କହିବା ଭଲ । ମିଶିନ ଗୁଡିକ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଆବର୍ଜନାରେ ପୋତି ହୋଇଯାଇଛି । ଏନ୍‌ଏଚ୍ ରାସ୍ତା ମଧ୍ୟ ମରାମତି ହୋଇପାରିଲା ନାହିଁ । ସ୍ଥାନୀୟ ଅଭିଯୋଗ ଅନୁସାରେ ପାରାଦିପ ରୁ ପୁରୁଣା ମସିନ କୁ ରଙ୍ଗ ଦେଇ ଲଗାଯାଇଥିବା ଓ କୋଟି କୋଟି ଟଙ୍କା ହଡବ ହୋଇଛି ବୋଲି ଦାବି କରିଥିଲେ । ସେହି ଭଳି ରାଣୀପୁର ଝରିଏଲ, ହରିଶଙ୍କର, ଭୀମ ଡୁଙ୍ଗୁରି ଓ ପାଟେଣେଶ୍ୱରୀ ପୀଠ ମଧ୍ୟ ଅବହେଳିତ ହୋଇ ରହିଯାଇଛି, ଉନ୍ନତି ହେଲେ ଅନେକ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକ ଆସନ୍ତେ । ଏହି ଅବସରରେ ଦେବାଳୟ ସୁରକ୍ଷା କମିଟି, ନାଗରିକ କମିଟି ଓ ବଲାଙ୍ଗିର ର ବୁଦ୍ଧିଜିବି ଏହି ଡ୍ୟାମ କୁ ପରିଦର୍ଶନ କରିଥିଲେ । ଡ୍ୟାମ ର ସମସ୍ୟା ଗୁଡିକୁ ଦେଖି ଏବଂ ପାଖରେ ଥିବା ପାର୍କ ମଧ୍ୟ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏବଂ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିବେ ଏବଂ ଦାବି କରିବେ ବୋଲି ଆଲୋଚନା ହୋଇଥିଲା । ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକ, ସୁରେନ୍ଦ୍ର ନେଗୀ, ପ୍ରଶାନ୍ତ ମହାକୁର, ଶମ୍ଭୁ ପ୍ରସାଦ ଶତପଥୀ ଏବଂ ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ