ସମ୍ବାଦ ସାହିତ୍ୟ ଘର ବାର୍ଷିକ ଉତ୍ସବରେ କବିତା ପାଠ
ହାଟଡିହି,(ଓ୍ବାଇଏନଏସ) : ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ‘ସମ୍ବାଦ-ସାହିତ୍ୟଘର’ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସାହିତ୍ୟଘର ଉପ ସଭାପତି ନିତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସମାଜ ଦେବୀ ତଥା ବିଜେପି ନେତା ଆଲୋକ ସେଠୀ, ସରପଞ୍ଚ ମଧୁମିତା ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପକ ସୁବାସ ପାତ୍ର, ହାସ୍ୟମୟୀ ରାଜଙ୍କ ସଂଯୋଜନାରେ କବି ସୁଜିତ୍ ମିଶ୍ର, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ଚନ୍ଦ୍ର ଓଝା, ମୁରଲୀଧର ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର କୁମାର ପରିଡ଼ା, ଅମୁଲ୍ୟ ମିଶ୍ର, ଚତୁର୍ଭୁଜ ପହି, ବିଦ୍ୟୁତ୍ପ୍ରଭା ଦେଓ, ଦଶରଥ ସାହୁ, ଲକ୍ଷ୍ମୀଧର ଜେନା, ସବିତା ଦେବୀ, ସୁଦାମ ଚରଣ ଜେନା, ସୁରେଶ ଚନ୍ଦ୍ର ସାହୁ, ଜ୍ୟୋତ୍ସ୍ନାରାଣୀ ଦାସ, ତିଳୋତ୍ତମା ସା, ମମତା ମୟି ବିଶ୍ଵ କଲ୍ୟାଣୀ ରାଉତ, ବାମନ ଚରଣ ବେହେରା, ସତ୍ଯଭାମା ଜେନା, ବାଇଧର ମୁନି, ଗୋବର୍ଦ୍ଧନ ନାୟକ, ଧୂମକେତୁ ଦାସ, ଉମାମଣି ପାଢ଼ି, ଅଭୟ କୁମାର ସାମଲ, ହେମନ୍ତ କୁମାର ନାୟକ, ହରିହର ସାମଲ, ରବିନ୍ଦ୍ର କୁମାର ବିଶ୍ବାଳ, ସୁଭସ୍ମିତା ସାହୁ, ଅନନ୍ତ ଚରଣ ମୁଦୁଲି, ପ୍ରମୁଖ କବି କବୟିତ୍ରୀ ମାନେ ଯୋଗଦେଇ ସ୍ବରଚିତ କବିତା ମନ ଆବୃତ୍ତି କରିଥିଲେ। ସାହିତ୍ୟଘର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ସଂଯୋଜକ କିଶୋର ଆଚାର୍ଯ୍ୟ, ଉପଦେଷ୍ଟା ରତ୍ନାକର ଦାସଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଏହି କବିତାପାଠ ଉତ୍ସବରେ ଘଷିପୁରା, ଆଗରପଡ଼ା, ବନ୍ତ ଆଦି ସହିତ୍ୟଘରର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।


