ବାଲିଯାତ୍ରା ନିମନ୍ତେ ପ୍ଲଟ ଆବଣ୍ଟନ ପଞ୍ଜିକରଣ
କଟକ (ଓ୍ବାଇଏନଏସ) : ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ଆଗେଇ ଚାଲିଛି। ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ପଞ୍ଜିକରଣ କରାଯାଉଛି। ବାରବାଟି ପ୍ୟାଲେସଠାରେ ଦୈନିକ ପୂର୍ବାହ୍ନ ୧୦ଘଟିକାଠାରୁ ଅପରାହ୍ନ ୫ଘଟିକା ୩୦ ମିନିଟ ମଧ୍ୟରେ ଫର୍ମ ଦାଖଲ ଓ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିଛି। ଗତ ୨୬ତାରିଖଠାରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ଆସନ୍ତା ୧୩ ତାରିଖରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଆଜି ସୁଦ୍ଧା 150ରୁ ଅଧିକ ପ୍ଲଟ ପାଇଁ ପଞ୍ଜିକରଣ କରାଯାଇଛି। ଅନଲାଇନ ମାଧ୍ୟମରେ ପଞ୍ଜିକରଣ ପାଇଁ ଇଚ୍ଛୁକ ବ୍ୟକ୍ତି www.baliyatra.net ୱେବ୍ସାଇଟରେ ପଞ୍ଜିକରଣ କରିପାରିବେ।