ଓଡିଶା ଟେନିସ ଭଲିବଲ ସଂଘର କର୍ମକର୍ତା ଚୟନ, ସଭାପତି ସଞ୍ଜୟ ଜେନା, ସମ୍ପାଦକ ଅର୍ଡବ ସିହ୍ନା

କଟକ,(ଓ୍ବାଇଏନଏସ) : ଓଡିଶା ଟେନିସ ଭଲିବଲ ସଂଘର ଦଶମ ବାର୍ଷିକ ସାଧାରଣ ସଭା ଓ କର୍ମକର୍ତା ଚୟନ ମହାନଦୀବିହାରସ୍ଥିତ ରିଦ୍ଧିସିଦ୍ଧି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ କୈଳାଶ ଚନ୍ଦ୍ର ବାରିକ ସଭା ପରିଚାଳନା କରିଥିବା ବେଳେ ଶଶୀକାନ୍ତ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ସଭାରେ ୧୮ଟି ଜିଲ୍ଲାର କର୍ମକର୍ତା ଅଂଶ ଗ୍ରହଣ କରି ଅନୁଷ୍ଠାନକୁ ଆଗକୁ ନେବା ସହ ଖେଳର ଉନ୍ନତି ଦିଗରେ ନିଜ ନିଜର ମତାମତ ଦେବାପରେ କର୍ମକର୍ତା ଚୟନ ପକ୍ରିୟା ଆରମ୍ଭ ହୋଇଥିଲା । ଚୟନ ପରିଚାଳନା ଅଧିକାରୀ ଭାବରେ ଓଡିଶା ହାଇକୋର୍ଟର ଆଇନଜୀବୀ ବୀ ରଂଜିତ କୁମାର କୁମାର ମହାନ୍ତି ଯୋଗବେ ଆଗାମୀ ଚାରି ବର୍ଷ ପାଇଁ ଓଡିଶା ଟେନିସ ଭଲିବଲର ୧୫ ଜଣ ସଭ୍ୟଙ୍କୁ ଚୟନ ଚୟନ କରିଥିଲେ କର । ଅଧ୍ଯକ୍ଷ ଭାବେ ରାୟଗୁରୁ ଚିତରଞ୍ଜନ ମହାପାତ୍ର, ସଭାପତି ସଞ୍ଜୟ କୁମାର ଜେନା, କାର୍ଯ୍ୟକାରୀ ସଭାପତି ରବି ଦାସ, ଉପସଭାପତି କୈଳାଶ ଚନ୍ଦ୍ର ବାରିକ ଓ ରାଧା ମୋହନ ନାୟକ, ସମ୍ପାଦକ ଭାବେ ଅର୍ଦ୍ଧବ କୁମାର ସିହ୍ନା, ଯୁଗ୍ମ ସମ୍ପାଦକ ଭାବେ ସୁଶାନ୍ତ କୁମାର ପରିଡା, ନିହାରିକା ପ ପଣ୍ଡା ଓ ସମୀର ସ କୁମାର ଖୁଟିଂଆ, କୋଷାଧକ୍ଷ ଶଶୀକାନ୍ତ ନାୟକ, ପରିଚାଳନା ସମିତିର ଅଧ୍ଯକ୍ଷ ସଂଜୀବ ସାହୁ, ବୈଷୟିକ ଅଧକ୍ଷ ଅଜୟ କୁମାର ସାହୁ, ରେଫରୀ ବୋର୍ଡ଼ ଅଧକ୍ଷ ସ୍ମୃତି ରଞ୍ଜନ ମହାପାତ୍ର ପ୍ରମୁଖ ଚୟନ ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ସୂର୍ଯ୍ୟକାନ୍ତ ସ୍ୱାଇଁ, ସୌର ମୋହନ ସାମଲ, ମହେଶ୍ୱତା ସାହୁ, ବିଭୁ ପ୍ରସାଦ ରଥ, ଜ୍ଞାନ ରଞ୍ଜନ ସ୍ୱାଇଁ, ସାଫଲ୍ୟ ନାୟକ, ଏ. ଧନେଶ୍ଵର ରାଓ ପ୍ରମୁଖ ଚୟନ ହୋଇଥିବା ବେଳେ ସଭ୍ୟ ସୌର ମୋହନ ସାମଲ ନୂତନ କର୍ମକର୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ